#ସମ୍ବିଧାନବଞ୍ଚାଓ_ଅରାଜକତା_ହଟାଓ_ପଦଯାତ୍ରା_ରାଲି_କଳାହାଣ୍ଡି_ସାଂସଦଙ୍କମାଳବିକା_ଦେବୀଙ୍କ_ସମେତ_ବହୁ_ନେତାଙ୍କ_ଯୋଗଦାନ! ll Charchatv
‘ଲୋକତନ୍ତ୍ର ବଞ୍ଚାଓ, ଅରାଜକତା ହଟାଓ' ଅଭିଯାନ ଅଧୀନରେ ଏକ ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଜେପି ଅଫିସ ରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ଏକତା ଛକ ପର୍ଯ୍ୟନ୍ତ ଯାଇଥିଲା । ଏଥିରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଙ୍କ ସମେତ ବହୁ ବରିଷ୍ଠ ନେତା, କାର୍ଯ୍ୟକର୍ତା ଓ ସାଧାରଣ ଜନତା ସାମିଲ ହୋଇଥିଲେ। ଏହି ପଦଯାତ୍ରାରେ ଜିଲ୍ଲା ସଭାପତି କମଲେସ ଦୀକ୍ଷିତ ,ନୂଆପଡା ବିଧାୟକ ଜୟ ଢୋଲକିଆ , ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ନୂଆପଡା ବିଜେପି ପ୍ରଭାରୀ ଆର୍ତ୍ତତ୍ରାଣ ମହାପାତ୍ର, ବରିଷ୍ଠ ବିଜେପି ନେତା ଲମ୍ବୋଦର ନିଆଲ, ପ୍ରଶ୍ନ ପାଢ଼ୀ, ସୋମନାଥ ଖମାରି, ଯୁବ ନେତା ଅଭିନନ୍ଦନ ପଣ୍ଡା, ନୂଆପଡା ବ୍ଲକ ଅଧକ୍ଷା ତାରେଶ୍ବରୀ ସାହୁ, ଖରିଆରରୋଡ଼ ଏନଏସି ଅଧକ୍ଷା ସୋନିଆ ଅଗ୍ରୱାଲ, ଖଡ଼ିଆଳ ଏନଏସି ଅଧକ୍ଷ ଉଜ୍ଜଳ ଗୁପ୍ତା, ସାଂସଦ ପ୍ରତିନିଧି ପ୍ରେମ ଅଗ୍ରୱାଲ, ବରିଷ୍ଠ ନେତା ସରୋଜ ସାହୁ, ତୁଳସ ପଟେଲ, ସଦାନନ୍ଦ ଯୋଶୀ ସମେତ ଅନ୍ୟ ବରିଷ୍ଠ ନେତୃବୃନ୍ଦ ଯୋଗଦେଇଥିଲେ। ଏହି ଅବସରରେ ଆୟୋଜକଙ୍କ ପକ୍ଷରୁ ଦେଶର ଲୋକତାତ୍ତ୍ୱିକ ବ୍ୟବସ୍ଥା, ସାଂସ୍କୃତିକ ଏକତା ଓ ଜାତୀୟ ସ୍ୱାର୍ଥର ସୁରକ୍ଷା ଉପରେ ଗୁରୁତ୍ବ ଦିଆଯାଇଥିଲା । ଏଥିସହ କଂଗ୍ରେସ ଓ କିଛି ବିଦେଶୀ ଶକ୍ତିଙ୍କ ମଧ୍ୟରେ ଷଡ଼ଯନ୍ତ୍ର ହେଉଥିବା ନେଇ ଆୟୋଜକଙ୍କ ପକ୍ଷରୁ ଅଭିଯୋଗ ଉଠାଯାଇଥିଲା ।
#BJP4IND #BJPNEWS #charchatv #PoliticalNews #rally #BreakingNews #NewsUpdate