#ରାଷ୍ଟ୍ରୀୟ_ହିନ୍ଦୁ_ପରିଷଦ_ଓଡ଼ିଶା_ସଂଗଠନର_ସାମ୍ବାଦିକ_ସମ୍ମିଳନୀ
ରାଜ୍ୟ ରେ ଗୋ ହତ୍ୟା ଓ ଗୋ ଚାଲାଣ କୁ ନେଇ ଉଦବେଗ ପ୍ରକାଶ କରିଛି ରାଷ୍ଟ୍ରୀୟ ହିନ୍ଦୁ ପରିଷଦ। ଯାଜପୁର ପୌରପାଳିକା ଅନ୍ତର୍ଗତ ବିରଜା କଲ୍ୟାଣ ମଣ୍ଡପରେ ଓଡ଼ିଶା ସଂଗଠନର ଯାଜପୁର ଜିଲ୍ଲା ଶାଖା ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରି ତୁରନ୍ତ ଗୋ ଚାଲାଣ କୁ ବନ୍ଦ କରିବାକୁ ଦାବି କରିଛି। ରାଜ୍ୟରେ ଗୋମାତାଙ୍କୁ ରାଜ୍ୟମାତା ର ମାନ୍ୟତା ପ୍ରଦାନ, ଗୋହତ୍ୟା କୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ଏବଂ ଗୋମାଂସ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ କରିବା, ଜିଲ୍ଲାର ସମସ୍ତ ବ୍ଲକ୍ ରେ ବ୍ଲକ୍ ସ୍ତରୀୟ ସରକାରୀ ଗୋଶାଳା ନିର୍ମାଣ କରିବା ଆଦି ୧୦ ଦଫା ଦାବି ଉପସ୍ଥାପନ କରାଯାଇଛି। ଜିଲା ସଭାପତି ଅଭିମନ୍ୟୁ ରଥଙ୍କ ନେତୃତ୍ୱରେ ହୋଇଥିବା ଏହି ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ସନ୍ତୋଷ ଭୋଳ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପ୍ରଦ୍ୟୁମ୍ନ କୁମାର ଦାଶ, ରାଜ୍ୟ ସୂଚନା ପ୍ରମୁଖ ବ୍ରହ୍ମ ପ୍ରସାଦ ମହାପାତ୍ର, ରାଜ୍ୟ ବରିଷ୍ଠ କାର୍ଯ୍ୟକର୍ତ୍ତା ରାଜୀବ ମିଶ୍ର, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶ୍ରୀଧର ରାୟ, ଜିଲ୍ଲା ଉପସଭାପତି ତପନ କୁମାର ଜେନା ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
#lntvnetwork #JajpurNews #jajpurkhabar #Aeiodisha