ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ୭ ଦଫା ଦାବି ନେଇ ବରମୁଣ୍ଡା ବସଷ୍ଟାଣ୍ଟ ନିକଟରେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରୁଛି ଓଡ଼ିଶା ଡ୍ରାଇଭର ମହାସଂଘ
୭ଦଫା ଦାବି ନେଇ ବରମୁଣ୍ଡା ବସ ଷ୍ଟାଣ୍ଟ ନିକଟରେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରୁଛି ଓଡ଼ିଶା ଚାଳକ ମହାସଂଘ | ଓଡ଼ିଶା ଚାଳକ ମହାସଂଘ ୭ଦଫା ଦାବି ନେଇ ଆଜି 8.45ଠାରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଛି। ରାଜ୍ୟର ପ୍ରାୟ ୫ଲକ୍ଷ ଚାଳକ ଏହି ଆନ୍ଦୋଳନରେ ସାମିଲ ହୋଇଥିବା ଚାଳକ ମହାସଂଘ ବିଭିନ୍ନ ଦାବି କରିଛି। ଷ୍ଟିଅରିଂ ଛାଡ ଆନ୍ଦୋଳନ ଯୋଗୁଁ ବରମୁଣ୍ଡା ବସଷ୍ଟାଣ୍ଡରୁ ଗାଡି ଚଳାଚଳ ପ୍ରଭାବିତ ହୋଇଛି। ଗଡୁନାହିଁ ଅଧିକାଂଶ ବସ୍, ଟ୍ରକ, ଟେମ୍ପୋ ଓ ଟ୍ୟାକ୍ସି । ବରମୁଣ୍ଡା ବସଷ୍ଟାଣ୍ଡ ନିକଟ ଜାତୀୟ ରାଜପଥ କଡ଼ରେ ଚାଳକ ମହାସଂଘ ଆନ୍ଦୋଳନରେ ବସିବା ସହ ପିକେଟିଂ ଆରମ୍ଭ କରିଛି।