ମହାଦେବ ଦାସଙ୍କ ବାସଭବନରେ ଭାଗବତ ସପ୍ତାହ ଅନୁଷ୍ଠିତ
ବସ୍ତା: ବସ୍ତା ନିର୍ବାଚନମଣ୍ଡଳୀ ସଂଯୋଜକ ମହାଦେବ ଦାସଙ୍କ ବାସଭବନରେ ଭକ୍ତିମୟ ପରିବେଶରେ ରାସା ପୂର୍ଣ୍ଣମା ଅବସରରେ ଭାଗବତ ସପ୍ତାହ ଅନୁଷ୍ଠିତ ହେଉଛି।ଏହି ଅବସରରେ ଆଜି ଦ୍ୱିତୀୟ ସନ୍ଧ୍ୟାରେ ପ୍ରବଚକ ବାବା ଶ୍ରୀ କୃଷ୍ଣରାଜ ଦାସ ଯୋଗଦେଇ ଭାଗବତର ମହାତ୍ମ୍ୟ, ଧର୍ମ, ନୀତି ଓ ଆଧ୍ୟାତ୍ମିକ ଜୀବନ ସମ୍ପର୍କରେ ଭକ୍ତମାନଙ୍କୁ ପ୍ରବଚନ ପ୍ରଦାନ କରୁଛନ୍ତି।ଭାଗବତ ପ୍ରବଚନ ଶୁଣିବା ପାଇଁ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ସମାଗମ ହେଉଥିବା ବେଳେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଛି।
Rajkishore Behera Dinabandhu Pradhan Mahadev Das Bishnupriya Behera
Basta, Balasore | Nov 18, 2026