ଘରେ ଅବ୍ୟବହୃତ ହୋଇ ପଡ଼ିଥିବା ଜିନିଷ କାହା ପାଇଁ ଅଦରକାରୀ ହୋଇପାରେ, କିନ୍ତୁ ଅନ୍ୟ କାହା ପାଇଁ ତାହା ହୋଇପାରେ ବେଶ୍ ଉପଯୋଗୀ। ଏହି ଚିନ୍ତାଧାରାକୁ ନେଇ ମାନବ ସେବା କେନ୍ଦ୍ର ଜୟପୁର ପକ୍ଷରୁ ଏକ ନିଆରା ପ୍ରି-ଓନ୍ଡ ସେଲ୍ ଆୟୋଜନ କରାଯାଇଥିଲା। ଜୟପୁର ଏନ୍.କେ.ଟି ରୋଡ୍ସ୍ଥିତ ଜୈନ ଭବନରେ ଆୟୋଜିତ ଏହି ବିକ୍ରୟ ମେଳାରେ ପୁସ୍ତକ, ଖେଳନା, ରୋଷେଇ ସାମଗ୍ରୀ, ଘର ସାଜସଜ୍ଜା ସାମଗ୍ରୀ, ପୋଷାକ ସମେତ ବିଭିନ୍ନ ଜିନିଷ ଅତ୍ୟନ୍ତ ସୁଲଭ ମୂଲ୍ୟରେ ଉପଲବ୍ଧ ହୋଇଥିଲା। ମାତ୍ର ୧୦, ୨୦, ୩୦ ଓ ୫୦ ଟଙ୍କା ଭଳି ମୂଲ୍ୟରେ ଲୋକେ ନିଜ ପସନ୍ଦର ସାମଗ୍ରୀ କିଣିଥିଲେ।
Jeypore, Koraput | Aug 18, 2026