Public App Logo
ପୁରୁଣା ଜିନିଷରେ ନୂଆ ଆଶା, ମାନବ ସେବାର ନିଆରା ପ୍ରୟାସ ଜୟପୁର ମାନବ ସେବା କେନ୍ଦ୍ର ତରଫରୁ ଆଜି ଏନ୍‌.କେ.ଟି ରୋଡ୍‌ସ୍ଥିତ ଜୈନ ଭବନରେ ଆୟୋଜିତ ଏହି ବିକ୍ରୟ ମେଳାରେ ପୁସ୍ତକ, ଖେଳନା, ରୋଷେଇ ସାମଗ୍ରୀ, ଘର ସାଜସଜ୍ଜା ସାମଗ୍ରୀ, ପୋଷାକ ସମେତ ବିଭିନ୍ନ ଜିନିଷ ଅତ୍ୟନ୍ତ ସୁଲଭ ମୂଲ୍ୟରେ ଉପଲବ୍ଧ ହୋଇଥିଲା। ମାତ୍ର ୧୦, ୨୦, ୩୦ ଓ ୫୦ ଟଙ୍କା ଭଳି ମୂଲ୍ୟରେ ଲୋକେ ନିଜ ପସନ୍ଦର ସାମଗ୍ରୀ କିଣିଥିଲେ। ବିକ୍ରୟରୁ ମିଳିଥିବା ସମସ୍ତ ଅର୍ଥ ଇଣ୍ଡିଆନ୍ ରେଡ୍ କ୍ରସ୍ ସୋସାଇଟିକୁ ଦାନ କରାଯିବ। ଅର୍ଥାତ୍ ଘରର ଅବ୍ୟବହୃତ ଜିନିଷକୁ ନୂଆ ଜୀବନ ଦେବା ସହ ଏହା ମାଧ୍ୟମରେ ସମାଜର ଆବଶ୍ୟକତାରେ ଥିବା ଲୋକଙ୍କୁ ସହାୟତା କରିବାର ଏକ ସୁନ୍ଦର ପ୍ରୟାସ। - Jeypore News