ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ନୟାପଲି ସ୍ମାର୍ଟ ବଜାରରୁ ଗ୍ରୋସରୀ ସାମଗ୍ରୀ ଚୋରି ଘଟଣା, ସିଆରପି ଛକ ନିକଟରୁ ୨ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
ଅଭିଯୋଗକାରୀ ଜଣକ ନୟାପଲ୍ଲୀ ଠାରେ ଥିବା ସ୍ମାର୍ଟ ବଜାରରେ ଆସିଷ୍ଟାଣ୍ଟ ସେଲ୍ସ ମ୍ୟାନେଜର ଭାବେ କାର୍ଯ୍ୟ କରନ୍ତି । ଉଭୟ ଅଭିଯୁକ୍ତ ଉକ୍ତ ସ୍ମାର୍ଟ ବଜାରରୁ ବିଭିନ୍ନ ଗ୍ରସରୀ ସାମଗ୍ରୀ ସବୁକୁ କୌଶଳ କ୍ରମେ ଚୋରୀ କରି ନେଇଯାଇଥିଲେ । ଚୋରୀ ବିଷୟରେ ଜଣାପଡିବା ପରେ ଅଭିଯୋଗକାରୀ ଏନେଇ ନୟାପଲ୍ଲୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ତଦନ୍ତ କରିବା ସହିତ ସିସିଟିଭି ଯାଞ୍ଚ କରି ଆଜି 4.30ରେ ଦୁଇ ଅଭିଯୁକ୍ତଙ୍କୁ ସିଆରପି ଛକ ନିକଟରୁ ଗିରଫ କରିବାରେ ସକ୍ଷମ ହୋଇଥିଲେ । ଛାନଭିନ ସମୟରେ ପୁଲିସ ଦୁଇ ଅଭିଯୁକ୍ତଙ୍କ ନିକଟରୁ ଚୋରୀ ସାମଗ୍ରୀ ସବୁକୁ ଜବତ କରିଥିଲେ ।