ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ପ୍ରତାପ ଷଡ଼ଙ୍ଗୀଙ୍କୁ ଧକ୍କା ଘଟଣାରେ ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନରେ ବିଜେପି ଯୁବମୋର୍ଚ୍ଚାର ବିକ୍ଷୋଭ
ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଧକ୍କା ମାରିବା ଅଭିଯୋଗ ଘଟଣା ନେଇ ଭାରତୀୟ ଜନତା ପାର୍ଟି (ବିଜେପି) ଯୁବ ମୋର୍ଚ୍ଚା ଆଜି ସନ୍ଧ୍ୟାରେ ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ୍ ଛକରେ ଜୋରଦାର ପ୍ରତିବାଦ କରିଛି। ବିଜେପି ଯୁବମୋର୍ଚ୍ଚାର କର୍ମୀମାନେ ଉଭୟ ରାହୁଲ ଗାନ୍ଧି ଓ କଂଗ୍ରେସ ଉପରେ ବର୍ଷିଛନ୍ତି। ଏଥି ସହିତ କର୍ମୀମାନେ ରାହୁଲ ଗାନ୍ଧିଙ୍କ କୁଶପୁ୍ତ୍ତଳିକା ଦାହ କରିଛନ୍ତି। ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ ରାହୁଲ ଗାନ୍ଧି କ୍ଷମା ମାଗିବାକୁ ଦାବି କରିଛନ୍ତି।