ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଗୃହମନ୍ତ୍ରୀ ଅମିତ ଶାହା ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ;ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ରାଜ୍ୟକାର୍ଯ୍ୟାଳୟରେ ସୂଚନା ଦେଇଛନ୍ତି
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ପ୍ରଦାନ କରିଛନ୍ତି। ଓଡ଼ିଶା କେନ୍ଦ୍ର ସରକାରଙ୍କ ଫୋକସରେ ରହିଛି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ଦିନ ଓଡ଼ିଶାରେ ରହିଥିଲେ। ପୁଣି ଜାନୁଆରୀରେ ୨ ଥର ରାଜ୍ୟଗସ୍ତ ଆସିବେ। ମନମୋହନ ସାମଲ କହିଛନ୍ତି ଗୃହମନ୍ତ୍ରୀ ଡେିସମ୍ବର ୨୮, ୨୯ ଏବଂ ୩୦ ମଧ୍ୟରେ ଦୁଇ ଦିନିଆ ଗସ୍ତରେ ଆସିବେ।ଗୃହମନ୍ତ୍ରୀ କେତେକ ବିକାଶମୂଳକ କାର୍ଯ୍ୟର ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି ବୋଲି ମନମୋହନ ସାମଲ କହିଛନ୍ତି ।କାର୍ଯ୍ୟକ୍ରମ ଚୂଡ଼ାନ୍ତ ପରେ ସୂଚନା ଦିଆଯିବ |