ବିଧାୟକ ଶ୍ରୀ ଦୁର୍ଗା ତନ୍ତୀଙ୍କ ଲାଠିକଟା ବ୍ଲକର ବିଭିନ୍ନ ସ୍କୁଲ ପରିଦର୍ଶନ
ରାଉରକେଲା : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଲାଠିକଟା ବ୍ଲକରେ ଥିବା ଦେଓଜରଣ ବିଦ୍ୟାପୀଠ,ସରକାରୀ ୟୁ ପି ସ୍କୁଲ ଏବଂ ବୋଲାଣି ଗ୍ରାମରେ ଥିବା ସ୍କୁଲକୁ ଆଜି ହଠାତ ପରିଦର୍ଶନରେ ଯାଇଥିଲେ ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧକ୍ଷ ଶ୍ରୀ ଦୁର୍ଗା ଚରଣ ତନ୍ତୀ । ପରିଦର୍ଶନ ସମୟରେ ସ୍କୁଲରେ ପିଲାମାନଙ୍କୁ ମିଳୁଥିବା ପୋଷାକ ଏବଂ ବହି ସମେତ ଅନ୍ୟାନ୍ୟ ବ୍ୟବସ୍ଥା ସମ୍ବନ୍ଧରେ ଛାତ୍ରଛାତ୍ରୀ ମାନଙ୍କୁ ପଚାରି ବୁଝିବା ସହିତ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ଦିଆଯାଉଥିବା ଖାଦ୍ୟର ମାନ ମଧ୍ୟ ଯାଞ୍ଚ କରିବା ସହିତ ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ବନ୍ଧରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପଚାରି ବୁଝିଥିଲେ ।