ସମ୍ବଲପୁର ମ୍ୟୁନିସିପାଲଟି: ଭିମଭୋଇ ପାର୍କ ଠାରେ ରାଷ୍ଟ୍ରୀୟ ସଂୟ ସେବକ ସଂଘ ବୁଢ଼ାରଜା ନଗର ଭୀମଭୋଇ ତରୁଣ ଶାଖାର ବାର୍ଷିକ ଉତ୍ସବ
ଆଜି ଅପରାହ୍ନରେ ସମ୍ବଲପୁର ସହରର ଭିମଭୋଇ ପାର୍କ ଠାରେ ରାଷ୍ଟ୍ରୀୟ ସଂୟ ସେବକ ସଂଘ ବୁଢ଼ାରଜା ନଗର ଭୀମଭୋଇ ତରୁଣ ଶାଖାର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସୁଚନା ଅନୁସାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ୧୯୨୫ ମସିହାରୁ ବ୍ୟକ୍ତି ନିର୍ମାଣରୁ ରାଷ୍ଟ୍ରନିର୍ମାଣର ମହତ କାର୍ଯ୍ୟରେ ୧୦୦ ବର୍ଷ ହେଲା ସେବାରତ ଅଛି। ଏହି କ୍ରମରେ ଭୀମଭୋଇ ତରୁଣ ବ୍ୟବସାୟୀ ଶାଖା ନିଜ ବାର୍ଷିକ ଉତ୍ସବର ଆୟୋଜନ କରିଛି।ଏଥିରେ ମୁଖ୍ୟ ଅତିଥି ଭାବରେ ପ୍ରଭାତ କୁମାର ବିଶ୍ଵାଳ ଓ ମୁଖ୍ୟ ବକ୍ତା ଭାବରେ ବନବାସୀ କଲ୍ୟାଣ ଆଶ୍ରମ ପ୍ରାନ୍ତ ଅଧ୍ଯକ୍ଷ ଡାକ୍ତର ପୁରୁଷୋତ୍ତମ ଅଗ୍ରୱାଲ ଯୋଗଦାନ କରିଥିଲେ।