କୋଟିଆ ପାଇଁ ଏକାଠି ତିନି ପ୍ରମୁଖ ଦଳ, ଆନ୍ଧ୍ର ନିର୍ବାଚନକୁ ବିରୋଧ
କୋଟିଆରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ନଭେମ୍ବର ୫ରେ ନିର୍ବାଚନ କରାଇବାକୁ ନେଇ ଓଡ଼ିଶାରେ ରାଜନୈତିକ ତତ୍ପରତା ବଢ଼ିଛି। କୋଟିଆର ସୁରକ୍ଷା ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ଏକାଠି ହୋଇ ସର୍ବଦଳୀୟ ବୈଠକରେ ଆଗାମୀ ରଣନୀତି ଉପରେ ଆଲୋଚନା କରିଛନ୍ତି। ବୈଠକରେ କୋରାପୁଟ ବିଧାୟକ ରଘୁରାମ ମାଛ, ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡ଼ାମ, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ବିଜେଡି ଜିଲ୍ଲା ସଭାପତି ଝିନ୍ନ ହିକକା ଓ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ସମେତ ବିଭିନ୍ନ ଦଳର ନେତା ଓ ଅଧିକାରୀ ଉପସ୍ଥିତ ଥିଲେ। କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଦାବି କରି ଆନ୍ଧ୍ରର ନିର୍ବାଚନକୁ ବିରୋଧ କରିବା ସହ ବିବାଦର ସମାଧାନ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଦାବି କରାଯାଇଛି।