ଜଳେଶ୍ୱର ପୋଲିସକୁ ବଡ଼ ସଫଳତା। ବ୍ରାଉନ ସୁଗାର ଚାଲାଣ ବେଳେ ଜଣେ ମହିଳାଙ୍କୁ ଗିରଫ କରିବା ସହ ୨୭୨ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ପୋଲିସ।ଗିରଫ ମହିଳା ଜଣକ ହେଲେ ରାଜପୁର ଅଞ୍ଚଳର ଜବଦା ବିବି।
ସୂଚନା ଅନୁଯାୟୀ, ଆଜି ସକାଳେ ଜବଦା ବିବି ବ୍ରାଉନ ସୁଗାର ନେଇ ଯାଉଥିବା ନେଇ ଜଳେଶ୍ୱର ପୋଲିସ ଖବର ପାଇଥିଲା। ଖବର ପାଇ ବାଘାବାଳି ନିକଟରେ ଚଢ଼ାଉ କରିଥିଲା ପୋଲିସ।
ଚଢ଼ାଉ ବେଳେ ମହିଳାଙ୍କ ନିକଟରୁ ୨୭୨ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିଲା। ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୨୭ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି।ଏନେଇ ୫୯୮/୨୬ ନମ୍ବରରେ ମାମଲା ରୁଜୁ କରି ଜବଦା ବିବିଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ। ଏହି ବ୍ରାଉନ ସୁଗାର କାରବାର ପଛରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ଅଧିକ ତଦନ୍ତ ଜାରି ରହିଛି।
#spbalasore #OdishaPolice #jalasore
Ajit Kumar Sahoo Journalist Rajkishore Behera Dinabandhu Pradhan Rajesh Behera Rajesh Pradhan