ସମ୍ବଲପୁର ମ୍ୟୁନିସିପାଲଟି: କୁଲୁଥକାନି ଚାରଭାଟି ରାସ୍ତାରେ ପଡିରହୁଛି କୁଢ଼ କୁଢ଼ ଅଳିଆ,ତେଜୁଛି ଜନ ଅସନ୍ତୋଷ#jansamasya
ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୩୪ ନମ୍ବର ୱାର୍ଡର ଚାରଭାଟି କୁଲୁଥକାନି ରାସ୍ତାରେ କୁଢ଼ କୁଢ଼ ଅଳିଆ ପଡିରହୁଛି।ଏହି ଅଞ୍ଚଳରେ ସଫେଇ ବ୍ୟବସ୍ଥା ଠିକ ହେଉନଥିବାରୁ ଏପରି ପରିସ୍ଥିତି ହେଉଥିବା ନେଇ ଜନସାଧାରଣ ଅଭିଯୋଗ କରିଛନ୍ତି। ଏହାସହ ଚାରଭାଟି କୁଲୁଥକାନି ରାସ୍ତାରେ ଥିବା ଡ୍ରେନ ସଫେଇ ହେଉଥିବା ମଧ୍ୟ ଲୋକେ କହିଛନ୍ତି। ଏନେଇ ଜନସାଧାରଣ କହିଛନ୍ତି ଯେ ଅଳିଆ ଠିକ ଭାବରେ ସଫା ହେଉନଥିବା ବେଳେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି।