ରାୟଗଡା: ରାୟଗଡ଼ାରେ କଠୋର ହେଲା ପୋଲିସ: ନିୟମ ଭାଙ୍ଗିଲେ ହେବ କାର୍ଯ୍ୟାନୁଷ୍ଠାନ
ରାୟଗଡ଼ାରେ ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର ହେଲା ପୋଲିସ। ଗତ ଚବିଶ ଘଣ୍ଟା ଭିତରେ ଜାରି ରହିଛି ଏନଫୋର୍ସମେଣ୍ଟ ଡ୍ରାଇଭ। ମଦ୍ୟପାନ କରି ଗାଡ଼ି ଚଳାଇବା ଓ ଅନ୍ୟାନ୍ୟ ବେଆଇନ କାର୍ଯ୍ୟକଳାପ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।