ପାରଳାଖେମୁଣ୍ଡି: ଗଜପତି: ଆଙ୍କୁଡି ଗ୍ରାମରେ ଖୋଲା ସବ୍ଷ୍ଟେସନ୍, ବଡ଼ ବିପଦ ଆଶଙ୍କାରେ ସ୍ଥାନୀୟ ବାସିନ୍ଦା
ଗଜପତି ଜିଲ୍ଲା ଗୋଷାଣି ବ୍ଲକ୍ ଆଙ୍କୁଡି ଗ୍ରାମର ପ୍ରବେଶ ପଥରେ ଖୋଲା ରହିଛି ବିଦ୍ୟୁତ୍ ସବ୍ଷ୍ଟେସନ୍। ଦୁର୍ଘଟଣା ଆଶଙ୍କାରେ ସୁରକ୍ଷା ପ୍ରାଚୀର ନିର୍ମାଣ ପାଇଁ ପ୍ରଶାସନ ନିକଟରେ ଦାବି ଜଣାଇଲେ ଗ୍ରାମବାସୀ। ପଶୁ ଓ ମଣିଷଙ୍କ ଜୀବନ ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ।