SMS News Bureau Biramitrapur
ବୀରମିତ୍ରପୁର ରେ ଧରତୀ ଆବା ବୀର ବିର୍ସା ମୁଣ୍ଡା ଙ୍କ ୧୫୧ ତମ ଜୟନ୍ତୀ ମହାସମାରୋହ ରେ ପଳିତ । ସାମିଲ ହେଲେ ବିଧାୟକ ରୋହିତ ଯୋସେଫ ତିର୍କୀ!
ଆଜି ବୀରମିତ୍ରପୁରରେ ଆଦିବାସୀ ଜନନାୟକ ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ ତମ ଜୟନ୍ତୀ ଉପଲକ୍ଷେ ଆୟୋଜିତ ବିଶାଳ ଶୋଭାଯାତ୍ରାରେ ବୀରମିତ୍ରପୁର ବିଧାୟକ ଶ୍ରୀ ରୋହିତ ଯୋସେଫ ତିର୍କୀ ଯୋଗଦେଇ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ।
ହାତରେ ତୀର ଧନୁ ଧରି ଶହ ଶହ ଆଦିବାସୀ ଭାଇ ଭଉଣୀଙ୍କ ସହ ସହର ପରିକ୍ରମା କଲେ ଏବଂ ଜନଜାତୀ ଗୌରବର ଜୟଗାନ କଲେ। ଏହି କାର୍ଯ୍ୟକ୍ରମ ରେ ବିଧାୟକ ଙ୍କ ସହ ବିଧାୟକ ପ୍ରାର୍ଥନିଧି ଶଶି ସାଗର, ବୀରମିତ୍ରପୁର ମୁନିସିପାଲିଟି ର ଉପାଧ୍ୟାକ୍ଷା ନିବେଦିତା ବାଗେ, ବରିଷ୍ଠ ନେତା ଜଗଦୀଶ ଅଗ୍ରୱାଲ,ଆବୁଲ ଖଇର, ୱାର୍ଡ କାଉନସିଲର କମଲେଶ ସିଂ, ନିର୍ମଳା କୁଜୁର, ଯୁବ ନେତା ମାନସ ମାନନ୍ଦ, ସଂଯୁକ୍ତା କେରକେଟା, ଛାତ୍ର ନେତା ସାକିବ ରାଜ଼ା, ଜାନୁ ଆଲମ, କୁନାଲ ଉପସ୍ଥିତ ଥିଲେ
Sundargarh Town, Sundargarh | Nov 15, 2026