ଆଜି କୁଚିଣ୍ଡା ସ୍ଥିତ ଟାଉନ ହଲ ଠାରେ କୁଚିଣ୍ଡା ବିଜୁ ଜନତା ଦଳ ତରଫ ରୁ ସ୍ବର୍ଗତ ସୁଶାନ୍ତ ସିଂ ଙ୍କ ଅମର ଆତ୍ମା ପ୍ରତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଗଲା।ଏହି ସ୍ମୃତି ସଭା ରେ କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ସ୍ତରୀୟ ସମସ୍ତ ବିଜୁ ପ୍ରେମୀ, ବରିଷ୍ଠ ବିଜେଡି କର୍ମୀ ଓ ସୁଶାନ୍ତ ଦାଦା ଙ୍କ ଅନୁଗାମୀ ବୃନ୍ଦ ଉପସ୍ଥିତ ରହି ଅମର ଆତ୍ମା ର ସଦଗତି ଓ ଶୋକାକୁଳ ପରିବାର କୁ ସାନ୍ତନା ପ୍ରଦାନ କରିଥିଲେ।ପଶ୍ଚିମ ଓଡିଶା ର ଜଣେ ବରିଷ୍ଠ ନେତୃତ୍ୱ ତଥା ବିଜୁ ଜନତା ଦଳ ର ଦୃଢ଼ ସଂଗଠକ ଓ ତାଙ୍କ ଜୀବନ କାଳ ମଧ୍ୟ ରେ କରିଯାଇଥିବା ଲୋକ ସେବା, ଉନ୍ନୟନ ମୂଳକ କାର୍ଯ୍ୟ,ଭାଇ ଚାରା ଓ ସମର୍ପଣ ଭାବ ଚିର ଦିନ ଅମର ରହିବ ବୋଲି ସମସ୍ତେ ସ୍ମୃତି ଚାରଣ କରିଥିଲେ। #kuchinda #kuchindatvlive #BJDOdisha #bjdkuchinda #sambalpur #OdishaNews #BreakingNews