#ମାଲକାନଗିରିର_ସ୍ୱାସ୍ଥ୍ୟସେବା_କ୍ଷେତ୍ରରେ_ନୂଆ_ଆଶା! ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକାଥରକେ ଯୋଗଦେଲେ ୮ ଜଣ ସ୍ପେଶାଲିଷ୍ଟ ଡାକ୍ତର। ଏହାଦ୍ୱାରା ଜିଲ୍ଲାବାସୀଙ୍କୁ ଏବେ ସ୍ଥାନୀୟ ସ୍ତରରେ ବିଭିନ୍ନ ବିଶେଷଜ୍ଞ ଚିକିତ୍ସା ମିଳିବାର ଆଶା ବଢ଼ିଛି। ଦୀର୍ଘଦିନର ଅପେକ୍ଷା ପରେ ସ୍ୱାସ୍ଥ୍ୟସେବାରେ ଏହି ନୂଆ ପଦକ୍ଷେପ ରୋଗୀଙ୍କ ପାଇଁ ଆଶ୍ୱସ୍ତି ଆଣିବ। ଅନ୍ୟପଟେ, ପ୍ଲାଟେଲେଟ୍ ମେସିନ୍ ସମେତ ଅନ୍ୟାନ୍ୟ ଜରୁରୀ ଚିକିତ୍ସା ଉପକରଣ ମଧ୍ୟ ଖୁବଶୀଘ୍ର ଉପଲବ୍ଧ କରାଯିବ କହିଲେ ମାଲକାନଗିରି ବିଧାୟକ ।