ପୁଲିସ ଗତ ମେ ମାସ ୫ ତାରିଖରେ ନିଶା ବିରୋଧି ସମୟରେ ଟାଉନ ଥାନା ଅନ୍ତର୍ଗତ ଚେରୁଆପଡା ଠାରେ ଚଢ଼ଉ କରାଯାଇ ବିପୁଳ ମାତ୍ରାରେ ନିଶା କଫ ସିରପ ଜବତ କରାଯାଇଥିଲା । ସେ ସମୟରେ ଏହି ବେଆଇନ କାରବାରେ ସଂପୃକ୍ତ ୧୦ ଜଣ ପୁରୁଷ ଓ ଜଣେ ମହିଳା ଙ୍କ ସମେତ ସମୁଦାୟ ୧୧ ଜଣଙ୍କୁ ଗିରଫ କରାଯାଇ ଅଦାଲତକୁ ଚାଲାଣ କରାଯାଇଥିଲା । ଏହି ମାମଲାରେ ଆହୁରୀ ବ୍ୟକ୍ତି ସଂପୃକ୍ତ ଥିବା ବେଳେ ଏଥିରେ ଅନ୍ୟତମ ପ୍ରମୁଖ ଅଭିଯୁକ୍ତା ମହିଳା ସୁଭଦ୍ରା ବେହେରା (୩୬) ନାମକ ମହିଳା ଫେରାର ହୋଇଯାଇଥିଲେ । ଟାଉନ ପୁଲିସ ଏହି ମାମଲାର ତଦନ୍ତ ସମୟରେ ଫେରାର ଥିବା ମହିଳାଙ୍କୁ ଶନିବାର ଅପରାହ୍ନ 3ଟାରେ ୱାରେଣ୍ଟ ବଳରେ ଗିରଫ