କଟକ ସଦର: କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିଲେ ନବୋଦୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରଛାତ୍ରୀ
କଟକ ମୁଣ୍ଡାଳି ସ୍ଥିତ ପିଏମ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରଛାତ୍ରୀ କୋଣାର୍କର ଭବ୍ୟ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି। ଏହି ଶିକ୍ଷଣୀୟ ଭ୍ରମଣ ମାଧ୍ୟମରେ ଛାତ୍ରଛାତ୍ରୀମାନେ ରାଜ୍ୟର ଐତିହ୍ୟ ଓ ସ୍ଥାପତ୍ୟ ସମ୍ପର୍କରେ ଜାଣିବାକୁ ପାଇଛନ୍ତି।