#ବିନୋଦ_ବିହାରୀ_ହାଇସ୍କୁଲର_ପ୍ଲାଟିନମ୍_ଜୁବଲି_ସମାରୋହ
ଦୃଢ଼ ଇଚ୍ଛାଶକ୍ତି ଓ ଅଧ୍ୟବସାୟ ଥିଲେ ସ୍ୱପ୍ନ ନିଶ୍ଚୟ ସାକାର ହୁଏ। ଦିନେ ଛଣ ବାଉଁଶରେ ନିର୍ମିତ ନଡ଼ାଛପର ଘରେ ଆରମ୍ଭ ହୋଇଥିବା ବିଦ୍ୟାଳୟ ଆଜି ପାଳନ କରୁଛି ଗୌରବମୟ ୭୫ ବର୍ଷର ଯାତ୍ରା। ଏହି ଅବସରରେ ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ପ୍ରୀତିପୁରସ୍ଥିତ ବିନୋଦ ବିହାରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦୁଇଦିନିଆ ପ୍ଲାଟିନମ୍ ଜୁବଲି ସମାରୋହର ଶୁଭାରମ୍ଭ ହୋଇଛି। ପ୍ରଥମ ଦିବସରେ ରାଜ୍ୟସଭା ସାଂସଦ ମନମୋହନ ସାମଲ ଉତ୍ସବକୁ ଉଦ୍ଘାଟନ କରିଥିବାବେଳେ ପଦ୍ମଶ୍ରୀ ବୈଜ୍ଞାନିକ ପ୍ରଫେସର ଆଦିତ୍ୟ ପ୍ରସାଦ ଦାଶ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ପଦ୍ମଭୂଷଣ ଡାକ୍ତର ରମାକାନ୍ତ ପଣ୍ଡା ଓ ମୂର୍ତ୍ତିଶିଳ୍ପୀ ସୁଦର୍ଶନ ସାହୁଙ୍କ ସମେତ ବହୁ ବିଶିଷ୍ଟ ଅତିଥି ମାନେ ଯୋଗଦେଇ ଏହି ବିଦ୍ୟାଳୟ ଅନେକ ଡାକ୍ତର, ଇଞ୍ଜିନିୟର, ବୈଜ୍ଞାନିକ ଓ ଶିକ୍ଷାବିତ୍ ସୃଷ୍ଟି କରି ଅଞ୍ଚଳ ପାଇଁ ଗୌରବ ଆଣିଛି ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଉପସ୍ଥିତ ଅତିଥିମାନଙ୍କ କରକମଳରେ ସ୍ମରଣିକା 'ଉଦୟାର୍କ' ଉନ୍ମୋଚନ କରାଯାଇଥିଲା। ପରିଶେଷରେ ପୁରାତନ ଶିକ୍ଷକ ଓ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଉତ୍ସବରେ ହଜାର ହଜାର ସଂଖ୍ୟକ ପୁରାତନ ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀଙ୍କ ଉପସ୍ଥିତି ଉତ୍ସବକୁ ଅଧିକ ଆକର୍ଷଣୀୟ କରିଥିଲା।
#dr_ramakanta_panda #bbhighschool #ManmohanSamal #lntvnetwork #JajpurNews #jajpurkhabar #Aeiodisha #facebookreels #foryoupage #facebookreelsviral
Bhubaneswar M Corp, Khordha | Nov 22, 2026