#ଚାକିରିରୁ ନିଲମ୍ବିତ ହେଲେ ଚିତ୍ରଡା ଫାଣ୍ଡି ଅଧିକାରୀ#
ମଦ ମାଫିଆଙ୍କ ସହ ମଧୁଚନ୍ଦ୍ରିକା ଅଭିଯୋଗ ମହଙ୍ଗା ପଡ଼ିଛି
ଫାଣ୍ଡି ଅଧିକାରୀଙ୍କୁ । କାର୍ଯ୍ୟରେ ଅବହେଳା ଓ ନିଜ ଦାୟିତ୍ୱ ପାଳନରେ ଅନିୟମିତତା ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅଧୀନରେ ଥିବା ଚିତ୍ରଡା ଫାଣ୍ଡିରେ କାର୍ଯ୍ୟରତ ASI ଭୀମସେନ ମଲ୍ଲିକଙ୍କୁ ନିଲମ୍ବିତ କରାଯାଇଛି।ସୂଚନାନୁସାରେ,ଚିତ୍ରଡା ଅଞ୍ଚଳରେ ମଦ ମାଫିଆଙ୍କ ସହ ଫାଣ୍ଡି ଅଧିକାରୀଙ୍କ ସମ୍ପର୍କକୁ ନେଇ ଏକ ଅଡିଓ ଭାଇରାଲ ହୋଇଥିଲା। ଏହି ଅଡିଓ ଭାଇରାଲ ହେବା ପରେ ଘଟଣାଟି ପୋଲିସ ବିଭାଗର ନଜରକୁ ଆସିଥିଲା। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଉଚ୍ଚ ଅଧିକାରୀଙ୍କ ପକ୍ଷରୁ ଏହାର ତଦନ୍ତ କରାଯାଇଥିବା ଜଣାପଡ଼ିଛି।ତଦନ୍ତ ପରେ କାର୍ଯ୍ୟରେ ଅବହେଳା ଓ ଦାୟିତ୍ୱ ପାଳନରେ ତ୍ରୁଟି ଥିବା ଅଭିଯୋଗରେ ମୟୂରଭଞ୍ଜ ଏସ୍ପି ବରୁଣ ଗୁଣ୍ଡୁପାଲି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ASI ଭୀମସେନ ମଲ୍ଲିକଙ୍କୁ ନିଲମ୍ବନ କରିଥିବା ସୂଚନା ମିଳିଛି।।।
#mayurbhanj #baripada