👉 ଡେବ୍ରିଗଡ଼ ଜଙ୍ଗଲରେ ମହାବଳର ନୂଆ ଠିକଣା ୧୦୦ଟି କ୍ୟାମେରା ଟ୍ରାପ୍ରେ ବାଘ ଉପରେ ରଖାଯାଉଛି କଡ଼ା ନଜର ସମ୍ବଲପୁର: ଡେବ୍ରିଗଡ଼ ଅଭୟାରଣ୍ୟକୁ ପୁଣି ଫେରିଛି ମହାବଳ ବାଘ। କ୍ୟାମେରା ଟ୍ରାପ୍ରେ ବାଘର ଫଟୋ କଏଦ ହେବା ସହ ପାଟ୍ରୋଲିଂ କରୁଥିବା ବନ କର୍ମଚାରୀମାନେ ମଧ୍ୟ ବାଘକୁ ଦେଖିଛନ୍ତି। ଡେଚୁଆଁ–ଲଖନପୁର ଜଙ୍ଗଲ ଦେଇ ବାଘଟି ଡେବ୍ରିଗଡ଼ ଅଭୟାରଣ୍ୟକୁ ଆସିଥିବା ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡର ଡିଏଫ୍ଓ ଅଂଶୁ ପ୍ରଜ୍ଞା ଦାସ ସ୍ପଷ୍ଟ କରିଛନ୍ତି। ବାଘର ଗତିବିଧି ଓ ଚଳପ୍ରଚଳ ଉପରେ ନଜର ରଖିବା ପାଇଁ ଅଭୟାରଣ୍ୟରେ ପ୍ରାୟ ୧୦୦ଟି କ୍ୟାମେରା ଟ୍ରାପ୍ ଲଗାଯାଇଛି। ବନ ବିଭାଗ ପକ୍ଷରୁ ନିୟମିତ ନିରୀକ୍ଷଣ ଓ ପାଟ୍ରୋଲିଂ ଜାରି ରହିଛି। ମହାବଳର ଆଗମନକୁ ନେଇ ବନ୍ୟପ୍ରାଣୀପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।