Public App Logo
Jansamasya
News
Bjp
National
Police
Bihar
India
कांग्रेस
Gujarat
Accident
Congress
Modi
Delhi
Viral
मारपीट
Jharkhand
Breakingnews
Narendramodi
Nitishkumar
Madhya_pradesh
Nsui
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
Crimenews

*ମାଲକାନଗିରିରେ ୮୦ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ* *ମାଲକାନଗିରି,୪/୮/୨୬:* ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ୮୦ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହର ସଫଳ ଆୟୋଜନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ଏହି ବୈଠକରେ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଆଗାମୀ ସ୍ୱାଧୀନତା ଦିବସକୁ କିଭଳି ଶୃଙ୍ଖଳିତ ଓ ଆଡମ୍ବରପୂର୍ଣ୍ଣ ଭାବେ ପାଳନ କରାଯିବ, ସେ ନେଇ ବ୍ୟାପକ ଆଲୋଚନା କରିଛନ୍ତି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥୀ ସରାବୁ, ଉପ ଜିଲ୍ଲାପାଳ ଦୂର୍ଯ୍ୟୋଧନ ଭୋଇ ଏବଂ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଆର କେ ଦାସ ପ୍ରମୁଖ ମଞ୍ଚାସୀନ ଥିଲେ। ବୈଠକ ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ଚଳିତ ବର୍ଷର କାର୍ଯ୍ୟକ୍ରମ ରୂପରେଖ ଉପସ୍ଥାପନ କରିବା ସହ ବୈଠକରେ ଉପସ୍ଥିତ ସଭ୍ୟମାନଙ୍କର ପ୍ରସ୍ତାବ ଲୋଡ଼ିଥିଲେ। ଏହି ବୈଠକର ନିଷ୍ପତ୍ତି ଅନୁଯାୟୀ, ୮୦ ତମ ସ୍ୱାଧୀନତା ଦିବସ ସକାଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସହରରେ ସଂଗୀତମୟ ରାମଧୂନ ପରିବେଷଣ କରାଯିବ। ସକାଳ ୭.୩୦ ମିନିଟ୍‌ ଠାରୁ ୮.୦ ଟା ମଧ୍ୟରେ ଜିଲ୍ଲାର ପ୍ରତ୍ୟେକ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ କରାଯିବ। ସ୍ଥାନୀୟ ଡି.ଏନ୍‌.କେ. ଖେଳ ପଡ଼ିଆଠାରେ ଆୟୋଜିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥି ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପରେଡ୍‌ରେ ଅଭିବାଦନ ଗ୍ରହଣ କରିବେ। ଏହା ସହିତ ସ୍କୁଲ ଓ କଲେଜ ସ୍ତରର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବା ସହ ଜିଲ୍ଲାରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଟପ୍ପର ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯିବାର ବ୍ୟବସ୍ଥା ହୋଇଛି। ଅଗଷ୍ଟ ମାସରେ ପଡୁଥିବା କ୍ରାନ୍ତି ଦିବସ ଓ ବିଶ୍ୱ ଜନଜାତି ଦିବସ ଅବସରରେ ଜିଲ୍ଲାର ସମସ୍ତ ବ୍ଲକ ଏବଂ ଗ୍ରାମ ପଞ୍ଚାୟତରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପାଇଁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି। ଚଳିତ ବର୍ଷର ଏହି ୮୦ ତମ ସ୍ୱାଧୀନତା ଦିବସ କୁ ଅଧିକ ବ୍ୟାପକ ଓ ସଫଳ କରିବା ପାଇଁ ସମସ୍ତ ସମ୍ପୃକ୍ତ ବିଭାଗକୁ ନିଜ ନିଜର ଦାୟିତ୍ୱ ଠିକ୍ ସମୟରେ ତୁଲାଇବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି।ବୈଠକରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ପୋଲିସ ବିଭାଗ ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ ଉପସ୍ଥିତ ଥିଲେ । ବୈଠକ ଆୟୋଜନ କରିବାରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗର କର୍ମଚାରୀ ହରେକୃଷ୍ଣ କିର୍ତ୍ତନିଆ ଓ ରଞ୍ଜନ ମହାନ୍ତି ସହଯୋଗ କରିଥିଲେ।

MORE NEWS

ମାଲକାନଗିରି : ସ୍କୁଲ୍ ଛାତରୁ ଗଳୁଛି ପାଣି, ଅଭିଭାବକଙ୍କ ପ୍ରତିବାଦ! 
ବର୍ଷା ହେଲେ ସ୍କୁଲ୍ ଛାତରୁ ଗଳୁଛି ପାଣି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ଅଭିଭାବକମାନେ ସ୍କୁଲ୍‌ରେ ତାଲା ପକାଇ ପ୍ରତିବାଦ କରିଛନ୍ତି। ସମସ୍ୟାର ତୁରନ୍ତ ସମାଧାନ ଦାବି କରିଛନ୍ତି ଅଭିଭାବକ। 

#Malkangiri

ମାଲକାନଗିରି : ସ୍କୁଲ୍ ଛାତରୁ ଗଳୁଛି ପାଣି, ଅଭିଭାବକଙ୍କ ପ୍ରତିବାଦ! ବର୍ଷା ହେଲେ ସ୍କୁଲ୍ ଛାତରୁ ଗଳୁଛି ପାଣି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ଅଭିଭାବକମାନେ ସ୍କୁଲ୍‌ରେ ତାଲା ପକାଇ ପ୍ରତିବାଦ କରିଛନ୍ତି। ସମସ୍ୟାର ତୁରନ୍ତ ସମାଧାନ ଦାବି କରିଛନ୍ତି ଅଭିଭାବକ। #Malkangiri

Malkangiri, Malkangiri | Aug 8, 2026

ଆସନ୍ତା ପବିତ୍ର ରକ୍ଷା ବନ୍ଧନ (ରାକ୍ଷୀ ପୂର୍ଣ୍ଣିମା) ଅବସରରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ କରାଯିବ

ଆସନ୍ତା ପବିତ୍ର ରକ୍ଷା ବନ୍ଧନ (ରାକ୍ଷୀ ପୂର୍ଣ୍ଣିମା) ଅବସରରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ କରାଯିବ

Malkangiri, Malkangiri | Aug 7, 2026

ଚାକିରି ନାରେ ଠକେଇ ଅଭିଯୁକ୍ତ ଗିରଫ!
ଚାକିରି ନାରେ ସୋସିଆଲ ମିଡିଆରେ ମିଥ୍ୟା ବିଜ୍ଞାପନ ବାହାର କରିଥିବା ଠକ୍ ଅଭିଯୁକ୍ତଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି ମାଲକାନଗିରି ପୋଲିସ। ଅଭିଯୁକ୍ତ ହେଉଛନ୍ତି ବିଶ୍ବଜିତ ଜେନା। ଗତ କିଛି ଦିନ ତଳେ ସୋସିଆଲ ମିଡିଆରେ ମାଲକାନଗିରି ଜିଲ୍ଲା ପାଇଁ ମିଛ ଚାକିରି ନିଯୁକ୍ତି ବିଜ୍ଞାପନ ପ୍ରକାଶ କରିଥିଲେ ଠକ୍ ଜଣଂକ। ତେବେ ମାଲକାନଗିରି ପୋଲିସ ପକ୍ଷରୁ ଘଟଣାକୁ ଜାଣିବା ପରେ ଦୃଢ଼ତାର ସହିତ ନେଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ତାଙ୍କ ପାଖରୁ ୩ଟି ମୋବାଇଲ ଫୋନ୍ କିଛି ବ୍ୟାଙ୍କ ଆକାଉଣ୍ଟ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିବା ନେଇ ମାଲକାନଗିରି ଏସଡିପିଓ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଚାକିରି ନାରେ ଠକେଇ ଅଭିଯୁକ୍ତ ଗିରଫ! ଚାକିରି ନାରେ ସୋସିଆଲ ମିଡିଆରେ ମିଥ୍ୟା ବିଜ୍ଞାପନ ବାହାର କରିଥିବା ଠକ୍ ଅଭିଯୁକ୍ତଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି ମାଲକାନଗିରି ପୋଲିସ। ଅଭିଯୁକ୍ତ ହେଉଛନ୍ତି ବିଶ୍ବଜିତ ଜେନା। ଗତ କିଛି ଦିନ ତଳେ ସୋସିଆଲ ମିଡିଆରେ ମାଲକାନଗିରି ଜିଲ୍ଲା ପାଇଁ ମିଛ ଚାକିରି ନିଯୁକ୍ତି ବିଜ୍ଞାପନ ପ୍ରକାଶ କରିଥିଲେ ଠକ୍ ଜଣଂକ। ତେବେ ମାଲକାନଗିରି ପୋଲିସ ପକ୍ଷରୁ ଘଟଣାକୁ ଜାଣିବା ପରେ ଦୃଢ଼ତାର ସହିତ ନେଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ତାଙ୍କ ପାଖରୁ ୩ଟି ମୋବାଇଲ ଫୋନ୍ କିଛି ବ୍ୟାଙ୍କ ଆକାଉଣ୍ଟ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିବା ନେଇ ମାଲକାନଗିରି ଏସଡିପିଓ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Malkangiri, Malkangiri | Aug 7, 2026

*ମାଲକାନଗିରିରେ ୮୦ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ* *ମାଲକାନଗିରି,୪/୮/୨୬:* ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ୮୦ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହର ସଫଳ ଆୟୋଜନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ଏହି ବୈଠକରେ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଆଗାମୀ ସ୍ୱାଧୀନତା ଦିବସକୁ କିଭଳି ଶୃଙ୍ଖଳିତ ଓ ଆଡମ୍ବରପୂର୍ଣ୍ଣ ଭାବେ ପାଳନ କରାଯିବ, ସେ ନେଇ ବ୍ୟାପକ ଆଲୋଚନା କରିଛନ୍ତି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥୀ ସରାବୁ, ଉପ ଜିଲ୍ଲାପାଳ ଦୂର୍ଯ୍ୟୋଧନ ଭୋଇ ଏବଂ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଆର କେ ଦାସ ପ୍ରମୁଖ ମଞ୍ଚାସୀନ ଥିଲେ। ବୈଠକ ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ଚଳିତ ବର୍ଷର କାର୍ଯ୍ୟକ୍ରମ ରୂପରେଖ ଉପସ୍ଥାପନ କରିବା ସହ ବୈଠକରେ ଉପସ୍ଥିତ ସଭ୍ୟମାନଙ୍କର ପ୍ରସ୍ତାବ ଲୋଡ଼ିଥିଲେ। ଏହି ବୈଠକର ନିଷ୍ପତ୍ତି ଅନୁଯାୟୀ, ୮୦ ତମ ସ୍ୱାଧୀନତା ଦିବସ ସକାଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସହରରେ ସଂଗୀତମୟ ରାମଧୂନ ପରିବେଷଣ କରାଯିବ। ସକାଳ ୭.୩୦ ମିନିଟ୍‌ ଠାରୁ ୮.୦ ଟା ମଧ୍ୟରେ ଜିଲ୍ଲାର ପ୍ରତ୍ୟେକ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ କରାଯିବ। ସ୍ଥାନୀୟ ଡି.ଏନ୍‌.କେ. ଖେଳ ପଡ଼ିଆଠାରେ ଆୟୋଜିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥି ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପରେଡ୍‌ରେ ଅଭିବାଦନ ଗ୍ରହଣ କରିବେ। ଏହା ସହିତ ସ୍କୁଲ ଓ କଲେଜ ସ୍ତରର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବା ସହ ଜିଲ୍ଲାରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଟପ୍ପର ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯିବାର ବ୍ୟବସ୍ଥା ହୋଇଛି। ଅଗଷ୍ଟ ମାସରେ ପଡୁଥିବା କ୍ରାନ୍ତି ଦିବସ ଓ ବିଶ୍ୱ ଜନଜାତି ଦିବସ ଅବସରରେ ଜିଲ୍ଲାର ସମସ୍ତ ବ୍ଲକ ଏବଂ ଗ୍ରାମ ପଞ୍ଚାୟତରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପାଇଁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି। ଚଳିତ ବର୍ଷର ଏହି ୮୦ ତମ ସ୍ୱାଧୀନତା ଦିବସ କୁ ଅଧିକ ବ୍ୟାପକ ଓ ସଫଳ କରିବା ପାଇଁ ସମସ୍ତ ସମ୍ପୃକ୍ତ ବିଭାଗକୁ ନିଜ ନିଜର ଦାୟିତ୍ୱ ଠିକ୍ ସମୟରେ ତୁଲାଇବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି।ବୈଠକରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ପୋଲିସ ବିଭାଗ ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ ଉପସ୍ଥିତ ଥିଲେ । ବୈଠକ ଆୟୋଜନ କରିବାରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗର କର୍ମଚାରୀ ହରେକୃଷ୍ଣ କିର୍ତ୍ତନିଆ ଓ ରଞ୍ଜନ ମହାନ୍ତି ସହଯୋଗ କରିଥିଲେ। - Malkangiri News