ମାଲକାନାଗିରି ଜିଲ୍ଲାରେ ଜଣେ ଶିକ୍ଷକଙ୍କୁ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି , ମୃତ ଶିକ୍ଷକ ବିଏଲଓ କାର୍ଯ୍ୟ ସାରି ଘରକୁ ଫେରୁଥିବା ବେଳେ ଆମ୍ବୁଲାନ୍ସ ଧକ୍କାରେ ପ୍ରଣ ହରାଇଛନ୍ତି। ମୃତ ଶିକ୍ଷକ ହେଲେ ସାଲିମି ପଞ୍ଚାୟତ ନୂଆଗୁଡ଼ା ଗ୍ରାମର ହନୁରାମ ନାୟକ ।
ସୂଚନାନୁସାରେ, ଶ୍ରୀ ନାୟକ ବିଏଲଓ କାର୍ଯ୍ୟ ପାଇଁ ବିଜାପଦର ଗ୍ରାମକୁ ଯାଇଥିଲେ। କାର୍ଯ୍ୟ ସାରି ସ୍କୁଟିରେ ଘରକୁ ଫେରୁଥିବା ସମୟରେ ସାଲିମି-କିଆଙ୍ଗ ମଧ୍ୟରେ ଏକ ଆମ୍ବୁଲାନ୍ସ ତାଙ୍କ ଗାଡ଼ିକୁ ଧକ୍କା ଦେଇଥିଲା। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ମାଥିଲି ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ।