କୋରାପୁଟରେ
ରାଜ୍ୟସ୍ତରୀୟ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳି
ସମ୍ପୂର୍ଣ୍ଣ ସାକ୍ଷରତା ଦିଗରେ ଓଡ଼ିଶା,୨ ବର୍ଷରେ ଲକ୍ଷ୍ୟ ପୂରଣର ଆଶା_ ନିର୍ଦ୍ଦେଶକ କୋରାପୁଟ,୮।୯()କୋରାପୁଟରେ ରାଜ୍ୟସ୍ତରୀୟ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ ହୋଇଛି।କୋରାପୁଟ ମେଡିକାଲ କଲେଜ ଅଡିଟୋରିୟମରେ ଆୟୋଜିତ ଏହି ଦିବସରେ ସାକ୍ଷରତା ଉଲ୍ଲାସ ଅଭିଯାନକୁ ଆହୁରି ଗତିଶୀଳ କରିବା ସହ ଓଡ଼ିଶାକୁ ସମ୍ପୂର୍ଣ୍ଣ ସାକ୍ଷରତା ରାଜ୍ୟରେ ପରିଣତ କରିବା ନେଇ ଆଲୋଚନା ହୋଇଥିଲା।