
📰 ଖବର ଆଜିର
ତାରିଖ: ୦୮/୧୧/୨୦୨୬, ରବିବାର
୧- ରାଜ୍ୟରେ ଅନୁଭୂତ ହେଲା ହାଲୁକା ଶୀତ, ୩- ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନରେ ଲାଗୁ ହେବ ‘ଗ୍ରୀନ୍ ପାସେଜ୍’ ଯୋଜନା। ମାଗଣାରେ ଶିକ୍ଷା ପାଇବେ ବାପା-ମାଆ ଛେଉଣ୍ଡ ଛାତ୍ରଛାତ୍ରୀ।
୪- ଆସନ୍ତାକାଲି ବନ୍ଦ ରହିବ ଜନ ଅଭିଯୋଗ ଶୁଣାଣି। ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଯୋଗୁଁ ନିଆଗଲା ନିଷ୍ପତ୍ତି।
୫- ରାଜଧାନୀରେ ଗ୍ୟାଙ୍ଗୱାର! ଯୁବକଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା। ଭୁବନେଶ୍ୱରରେ ଘଟିଥିବା ଘଟଣାକୁ ନେଇ ଚାଞ୍ଚଲ୍ୟ।
୬- ଧନତେରସରେ ଚମକିଲା ସୁନା ବଜାର। ଭୁବନେଶ୍ୱର ଓ କଟକରେ ସୁନା ବିକ୍ରି ୧୦୦ କୋଟି ଟଙ୍କାର ମାଇଲଖୁଣ୍ଟ ଅତିକ୍ରମ।
୭- ଲାଞ୍ଚ ନେଲେ ଚାକିରିରୁ ବହିଷ୍କାର ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ! ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କୁ ରାଜସ୍ୱ ସଚିବଙ୍କ କଡ଼ା ଚେତାବନୀ।୮- ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ପାଇଁ ଦୀପାବଳି ପାଳିବେନି ମୋହନ, ନବୀନ ଓ ଭକ୍ତ। ପ୍ରଭାବିତ ଲୋକଙ୍କ ପ୍ରତି ସମବେଦନା ଜଣାଇ ନିଷ୍ପତ୍ତି।
୯- କାର୍ଯ୍ୟରେ ଅବହେଳା ପଡ଼ିଲା ମହଙ୍ଗା। କଣ୍ଟାମାଳ ବିଡିଓ ସାମି ରେଡ୍ଡୀ ଜୟଶ୍ରୀ ନିଲମ୍ବିତ।
୧୦- ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ କୋଟିଆର ୩ ପ୍ରାର୍ଥୀଙ୍କ ମଧ୍ୟରୁ ୨ ଜଣ ବିଜୟୀ। ନିର୍ବାଚନ ଫଳାଫଳକୁ ନେଇ ଚର୍ଚ୍ଚା।
୧୧- କାଳୀପୂଜା ପାଇଁ ଯାଜପୁର ସହରରେ ପୋଲିସର ଫ୍ଲାଗ୍ ମାର୍ଚ୍ଚ। ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ପୋଲିସ ପ୍ରଶାସନର ପଦକ୍ଷେପ।
୧୨- ବାଲିଚନ୍ଦ୍ରପୁର ନଳୀପୁର ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ। ଏକ ବର୍ଷର ଶିଶୁ ସମେତ ପରିବାରର ୪ ଜଣଙ୍କ ମୃତ୍ୟୁ।
୧୩- ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ମହିଳାଙ୍କ ସହ ସମ୍ପର୍କ ଅଭିଯୋଗ। ନୟାପଲ୍ଲୀରେ SOG ପୋଲିସ କର୍ମଚାରୀ ଗିରଫ୧୨- ବାଲିଚନ୍ଦ୍ରପୁର ନଳୀପୁର ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ। ଏକ ବର୍ଷର ଶିଶୁ ସମେତ ପରିବାରର ୪ ଜଣଙ୍କ ମୃତ୍ୟୁ।
୧୩- ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ମହିଳାଙ୍କ ସହ ସମ୍ପର୍କ ଅଭିଯୋଗ। ନୟାପଲ୍ଲୀରେ SOG ପୋଲିସ କର୍ମଚାରୀ ଗିରଫ।
୧୪- ବର୍ଷା ଯୋଗୁଁ ନ୍ୟୁଜିଲାଣ୍ଡର ବିଜୟ ଆଶାରେ ପଡ଼ିଲା ପାଣି। ୨-୦ରେ ସିରିଜ୍ରେ ଆଗୁଆ ରହିଲା ଭାରତ।
୧୫- ତାମିଲନାଡୁରେ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ଲାପଟପ୍। ନୂଆ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ବିଜୟ।୧୬- ଭୋଟ୍ ଚୋରି ପରେ ଏବେ ପେଟ୍ରୋଲ ଚୋରି ଅଭିଯୋଗ ଆଣିଲେ ରାହୁଲ ଗାନ୍ଧୀ। ଇ-୨୦ ନାମରେ ୪୨୦ ଚାଲିଥିବା ଅଭିଯୋଗ କଲେ।
୧୭- ଜେଲ୍ ଗଲେ ବଲାଙ୍ଗିର ସରକାରୀ ITI କଲେଜର ପ୍ରିନ୍ସିପାଲ। ଆୟବହିର୍ଭୂତ ସମ୍ପତ୍ତି ମାମଲାରେ ସୁନା, ରୁପା ସହ ୧୧ଟି ପ୍ଲଟ୍ ଜବତ।
୧୮- ପିପିଲି ଟୋଲଗେଟ୍ରେ ବଡ଼ ଧରଣର ଧରପଗଡ଼। କାର୍ରୁ ୨୩୦ଟି କଇଁଛ ଉଦ୍ଧାର, ଦୁଇ ଜଣଙ୍କୁ ଅଟକ ରଖିଲା ପୋଲିସ।
୧୯- ଲାଲକୃଷ୍ଣ ଆଡଭାନୀଙ୍କ ୧୦୦ତମ ଜନ୍ମଦିବସ ପାଳନ କରିବ ବିଜେପି। ଦଳୀୟ ମୁଖ୍ୟାଳୟରେ ହେବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ।
୨୦- ଦୀପାବଳି ଅବସରରେ ଦେଶବାସୀଙ୍କୁ ମୋଦୀଙ୍କ ଶୁଭେଚ୍ଛା। ଯବାନଙ୍କ ସହ ଦୀପାବଳି ପାଳନ କରିବେ ପ୍ରଧାନମନ୍ତ୍ରୀ।
୨୧- ଇସ୍ରାଏଲ୍ ରାଜନୀତିରେ ନୂଆ ମୋଡ଼! ଆଜି ପ୍ରଧାନମନ୍ତ୍ରୀ ଭାବେ ଆଇନୋଜେଟଙ୍କ ନାମ ଘୋଷଣା ହେବା ନେଇ ଚର୍ଚ୍ଚା।
ପ୍ରସ୍ତୁତି: ପଦ୍ମପୁର ଟିଭି