ଅପରାଧ ର ମୁଖ୍ୟ ନିଶା
କେନ୍ଦବାହାଲ ଛକରୁ ଭେଜାଲ କଫ୍ ସିରପ୍ ଜବତ, ୩ ଗିରଫ
ସୋହେଲା: ଭେଜାଲ କଫ୍ ସିରପ୍ ପ୍ରସ୍ତୁତି ଓ ବେଆଇନ ବିକ୍ରି ଅଭିଯୋଗରେ ସୋହେଲା ପୁଲିସ ୩ ଜଣଙ୍କୁ ଗିରଫ କରିବା ସହ ବିପୁଳ ପରିମାଣର କଫ୍ ସିରପ୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି।
ପୁଲିସର ସୂଚନା ଅନୁଯାୟୀ, ରବିବାର ଦିନ ପାଟ୍ରୋଲିଂ ସମୟରେ କେନ୍ଦବାହାଲ ଛକ ନିକଟ ଆର୍ଡି ରୋଡ୍ ପାର୍ଶ୍ୱରେ କିଛି ବ୍ୟକ୍ତି ଏସ୍କଫ୍ କଫ୍ ସିରପ୍ର ଭେଜାଲ ପ୍ରସ୍ତୁତି କରି ବେଆଇନ ଭାବେ ବିକ୍ରି କରୁଥିବା ଜଣାପଡ଼ିଥିଲା। ଏହାପରେ ପୁଲିସ ଚଢ଼ଉ କରି ଯୁଧିଷ୍ଠିର ଓରଫ ରାକେଶ ବାଦଘୁଚିଆ (୨୬), ସରୋଜ ଭୁଏ (୩୪) ଏବଂ ବାବୁଲାଲ ଓରଫ ସୁନିଲ ମହାନନ୍ଦ (୩୦)ଙ୍କୁ ଗିରଫ କରିଥିଲା।