
SMS News Bureau Rourkela
ଭିଜିଲାନ୍ସ ଜାଲରେ ଏକ ବଡ଼ ମୁଣ୍ଡ।
5 ଲକ୍ଷ ଲାଞ୍ଚ ଟଙ୍କା ସହ ଧରାପଡିଲେ ରାଉରକେଲା ଅବକାରୀ ଅଧିକ୍ଷକ।
ଆଜି ଅର୍ଥାତ୍ 11.09.2026 ତାରିଖରେଏକ ବିଶେଷ ବିଶ୍ୱସନୀୟ ସୁତ୍ର ର ସୂଚନା ଆଧାରରେ ଧନେଶ୍ୱର ବରାଡ, ଆବକାରୀ ଅଧୀକ୍ଷକ, ରାଉରକେଲା, ଆବକାରୀ ଲାଇସେନ୍ସଧାରୀ ମାନଙ୍କ ଠାରୁ ବହୁ ପରିମାଣର ଲାଞ୍ଚ ଟଙ୍କା ସଂଗ୍ରହ କରିଛନ୍ତି। ଓଡ଼ିଶା ଭିଜିଲାନ୍ସର ଏକ ଦଳ ତାଙ୍କ ଉପରେ ନଜର ରଖିଥିଲା। କିଛି ସମୟ ପୂର୍ବରୁ, ସ୍ଥାନୀୟ ମଦ ଦୋକାନର ଜଣେ ବିକ୍ରେତାଙ୍କ ମାଧ୍ୟମରେ ସେ 5 ଲକ୍ଷ ନଗଦ ଟଙ୍କା ଏକ ସ୍କ୍ରୋପିଓ ଗାଡି ନମ୍ବର OD-14AD-1314 ରେ ପଠାଉଥିବା ବେଳେ ଭିଜିଲାନ୍ସ ଦଳ ଉଦିତନଗର, ରାଉରକେଲା ସ୍ଥିତ ଆବକାରୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉକ୍ତ ଗାଡ଼ି କୁ ଅଟକାଇ ସେଥିରୁ 5 ଲକ୍ଷ ନଗଦ ଟଙ୍କା ଜବତ କରିଥିଲା। ଯାହାକୁ ସେ ଆବକାରୀ ଅଧୀକ୍ଷକ ଶ୍ରୀ ବରାଡ ତାଙ୍କ ବାସଭବନକୁ ପହଞ୍ଚାଇବା ପାଇଁ ଦେଇଥିବା ବୋଲି ସ୍ୱୀକାର କରିଥିଲେ। ବିକ୍ରେତାଙ୍କ ସହିତ ପଚାରାଉଚାରା କରିବା ପରେ, ଆବକାରୀ ଅଧୀକ୍ଷକ ଶ୍ରୀ ବରାଡ ମଧ୍ୟ ଏହି କଥା ସ୍ୱୀକାର କରିଥିଲେ ଏବଂ ଜବତ ହୋଇଥିବା ରୁ. 5,00,000/- (ପାଞ୍ଚ ଲକ୍ଷ ଟଙ୍କା) ପାଇଁ କୌଣସି ସନ୍ତୋଷଜନକ ସ୍ପଷ୍ଟୀକରଣ ଦେଇପାରିନଥିଲେ।
ଏହି ସମ୍ବନ୍ଧରେ, ଦୁର୍ନୀତି ନିବାରଣ ଆଇନ, 2018ର ଧାରା 13(2) ସହ ପଢ଼ିତ ଧାରା 13(1)(b) ଅନୁଯାୟୀ 11.09.2026 ତାରିଖର ରାଉରକେଲା ଭିଜିଲାନ୍ସ ପିଏସ୍ କେସ୍ ନମ୍ବର 12 ମାମଲା ରୁଜୁ କରାଯାଇଛି।ତାଙ୍କର କାର୍ଯ୍ୟାଳୟ ଏବଂ ଆବାସିକ ସ୍ଥାନଗୁଡ଼ିକରେ ଡି.ଏ. ଦୃଷ୍ଟିକୋଣରୁ ଖାନ ତଲାସି ଚାଲୁ ରହିଛି।
#smsnewsnetwork #rourkela #excise #vigilance #SP #superitendent