ଚିତ୍ରକୋଣ୍ଡା : ଜୁମ୍ଡାଙ୍ଗ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ: ସୀମାନ୍ତ ଅଞ୍ଚଳର ବିକାଶ ପାଇଁ ଜିଲ୍ଲା ପ୍ରଶାସନର ପଦକ୍ଷେପ।
ଜୁମ୍ଡାଙ୍ଗ ସମ୍ପୂର୍ଣ୍ଣ ଓଡ଼ିଶା ସୀମା ମଧ୍ୟରେ ରହିଛି ବୋଲି ସ୍ପଷ୍ଟ କଲେ ମାଲକାନଗିରି ଜିଲ୍ଲାପାଳ। ସୀମାନ୍ତ ଅଞ୍ଚଳର ସୁରକ୍ଷା ପାଇଁ ବାରିକେଡ୍ ନିର୍ମାଣ ଓ ପୋଲିସ ମୁତୟନ କରାଯିବ। ଏଥିସହ ନଭେମ୍ବର ୫ ତାରିଖରେ ଜୁମ୍ଡାଙ୍ଗଠାରେ ସ୍ୱତନ୍ତ୍ର ଅଭିଯୋଗ ଶୁଣାଣି ଶିବିର ଆୟୋଜନ କରାଯାଇ ଜମି ପଟ୍ଟା, ଶିକ୍ଷା, ଅଙ୍ଗନବାଡ଼ି ଓ ଅନ୍ୟାନ୍ୟ ମୌଳିକ ସମସ୍ୟାର ସମାଧାନ କରାଯିବାକୁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି।
#DailyMalkangiri #Malkangiri #Jumdang #Odisha #AndhraOdishaBorder #MalkangiriNews #OdishaNews