ଚିତ୍ରକୋଣ୍ଡା ବନାଞ୍ଚଳ ଅନ୍ତର୍ଗତ ଦାତୁନଙ୍ଗୁଡ଼ା ସୀମାନ୍ତ ସିଲେରୁ ଜଙ୍ଗଲ ଅଞ୍ଚଳ ତଥା ଏହାର ଆଖପାଖ ଚାଷ ଜମିରେ ଗୋଟିଏ ଭାଲୁ ତା'ର ଦୁଇଟି ଛୁଆଙ୍କ ସହିତ ଖାଦ୍ୟ ଅନ୍ବେଷଣରେ ବୁଲୁଥିବା ଦେଖିବାକୁ ମିଳିଛି। ଏହି ଅଞ୍ଚଳରେ ମକା, ମାଣ୍ଡିଆ ଆଦି ଫସଲ ଚାଷ ହୋଇଥିବାରୁ ଭାଲୁ ପରିବାର ଖାଦ୍ୟ ସନ୍ଧାନରେ ଚାଷ ଜମି ନିକଟକୁ ଆସିବାର ସମ୍ଭାବନା ଥିବାରୁ ଏହି ଅଞ୍ଚଳର ସମସ୍ତ ଜନସାଧାରଣ, ଚାଷୀ ଓ ଗ୍ରାମବାସୀ ମାନଙ୍କୁ ଚିତ୍ରକୋଣ୍ଡା ବନାଞ୍ଚଳ, ମାଲକାନଗିରି ବନଖଣ୍ଡ ପକ୍ଷରୁ ଜଙ୍ଗଲ ଓ ଚାଷ ଜମି ନିକଟକୁ ଯିବା ସମୟରେ ସତର୍କର ସହ ଜିବାକୁ ପରାମର୍ଶ ଦିଆଯାଇଛି ।