କୋଟିଆ ସୀମାନ୍ତରେ ଆନ୍ଧ୍ରରେ ଭୋଟକୁ ନେଇ ଭ୍ରୁଗୁବକ୍ସି ପାତ୍ରଙ୍କ କଡ଼ା ଚେତାବନୀ!
ଆନ୍ଧ୍ରକୁ ଯାଇ ଭୋଟ ଦେଇଥିବା ଲୋକଙ୍କ ଉପରେ ବର୍ଷିଲେ ବିଜେଡି ନେତା ଭ୍ରୁଗୁବକ୍ସି ପାତ୍ର।
କୋଟିଆର ନେରେଡିବାଲସାରେ ପହଞ୍ଚି ଆନ୍ଧ୍ରରେ ଭୋଟ ଦେଇଥିବା ଲୋକଙ୍କୁ କଡ଼ା ଭାଷାରେ ଚେତାବନୀ ଦେଲେ। ସେ କହିଥିଲେ, “ଯେଉଁମାନେ ଆନ୍ଧ୍ରକୁ ଭୋଟ ଦେଲ, ସେମାନେ ଓଡ଼ିଶାରେ ନ ରହି ଆନ୍ଧ୍ରକୁ ଚାଲିଯାଅ।”
ଭ୍ରୁଗୁବକ୍ସିଙ୍କ ଏହି ବୟାନକୁ ନେଇ କୋଟିଆ ରାଜନୀତିରେ ଚର୍ଚ୍ଚା ଜୋରଦାର। ସୀମାନ୍ତ ଅଞ୍ଚଳରେ ଓଡ଼ିଶାର ସ୍ୱାଭିମାନ ଓ ଅଧିକାରକୁ ନେଇ ପୁଣି ତେଜିଲା ରାଜନୈତିକ ବିବାଦ।