
ଦୀପାବଳି ବୋନସ୍ରେ ୨୦ କର୍ମଚାରୀଙ୍କୁ ଲକ୍ଷେ ଲେଖାଏଁ ଉପହାର! ମାଲିକଙ୍କ ମହାନତା ଦେଖି ଭାବବିହ୍ୱଳ ହେଲେ କର୍ମଚାରୀ
ସୁରଟ: ଦୀପାବଳି ଅବସରରେ ଏକ ହୃଦୟସ୍ପର୍ଶୀ ଉଦାହରଣ ସୃଷ୍ଟି କରିଛନ୍ତି ସୁରଟର କପଡ଼ା ବ୍ୟବସାୟୀ ରାମସ୍ୱରୂପ ମୁଣ୍ଡେ। ନିଜର ୨୦ ଜଣ କର୍ମଚାରୀଙ୍କୁ ଦୀପାବଳି ବୋନସ୍ ଭାବରେ ଜଣକା ଏକ ଲକ୍ଷ ଟଙ୍କା ଲେଖାଏଁ ନଗଦ ଉପହାର ଦେଇ ସେ ଚର୍ଚ୍ଚାରେ ଅଛନ୍ତି।
ତାଙ୍କ ପତ୍ନୀ ସୁସଜ୍ଜିତ ପୂଜା ଥାଳିରେ ଏହି ଅର୍ଥରାଶି ରଖି କର୍ମଚାରୀମାନଙ୍କୁ ପ୍ରଦାନ କରିଥିଲେ। ଏଭଳି ଅପ୍ରତ୍ୟାଶିତ ଉପହାର ପାଇ ଅନେକ କର୍ମଚାରୀ ଭାବବିହ୍ୱଳ ହୋଇପଡ଼ିଥିଲେ।
ଏହି ଉପହାର ପଛର ଉଦ୍ଦେଶ୍ୟ ସମ୍ପର୍କରେ ରାମସ୍ୱରୂପ କହିଛନ୍ତି, "ମୋ ପାଇଁ ଏମାନେ କେବଳ କର୍ମଚାରୀ ନୁହନ୍ତି, ପରିବାରର ସଦସ୍ୟ। ଟଙ୍କା ଆସିବ ଓ ଯିବ। କିନ୍ତୁ ଏମାନେ ନିଜ ପରିବାର ଓ ପିଲାଛୁଆଙ୍କୁ ଛାଡ଼ି ସକାଳୁ ରାତି ପର୍ଯ୍ୟନ୍ତ ମୋ ପାଇଁ ପରିଶ୍ରମ କରୁଛନ୍ତି। ଏହି ଉପହାର ସେମାନଙ୍କ ତ୍ୟାଗ ଓ ପରିଶ୍ରମର ଏକ ଛୋଟିଆ ସମ୍ମାନ। ସେମାନେ ନିଜ ପରିବାର ସହ ଖୁସିରେ ଦୀପାବଳି ପାଳନ କରନ୍ତୁ, ଏହା ହିଁ ମୋର ଇଚ୍ଛା।"
ପ୍ରକୃତରେ ଜଣେ ଭଲ ମାଲିକ ସେହି, ଯିଏ କେବଳ କର୍ମଚାରୀଙ୍କ ପରିଶ୍ରମରୁ ଲାଭ ଉଠାନ୍ତି ନାହିଁ, ବରଂ ସେମାନଙ୍କ ତ୍ୟାଗ ଓ ଅବଦାନକୁ ମଧ୍ୟ ସମ୍ମାନ ଦିଅନ୍ତି।
ଏହି ଘଟଣା ସମସ୍ତ ବ୍ୟବସାୟୀ ଓ ନିଯୁକ୍ତିଦାତାଙ୍କ ପାଇଁ ଏକ ସୁନ୍ଦର ବାର୍ତ୍ତା। କର୍ମଚାରୀଙ୍କୁ ଉପହାର ଦେବା ସମ୍ଭବ ନ ହେଲେ ମଧ୍ୟ ସେମାନଙ୍କ ପରିଶ୍ରମର ଉଚିତ ମୂଲ୍ୟ ଓ ସମ୍ମାନ ଦେବା ନିଶ୍ଚିତ ଭାବେ ଆବଶ୍ୟକ।
ସମ୍ପର୍କ ଓ ସମ୍ମାନର ଏହି ଆଲୋକରେ ପ୍ରତ୍ୟେକ ଦିନ ହେଉ ଦୀପାବଳି।
🪔 ଶୁଭ ଦୀପାବଳି ❤️🙏