କାଲିମେଳା ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ରାତ୍ରିକାଳୀନ ପାଟ୍ରୋଲିଂ ସମୟରେ ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣକୁ ପୋଲିସ ପଣ୍ଡ କରିଦେଇଛି। ଗତ ସେପ୍ଟେମ୍ବର ୩ ତାରିଖ ରାତିରେ କାଲିମେଳା ଥାନା ପୋଲିସ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ସମୟରେ ଥାନାରୁ ପ୍ରାୟ ୮ କିଲୋମିଟର ଦୂର ଭେଙ୍କଟପାଲମ ପଞ୍ଚାୟତର ଭେଙ୍କଟପାଲମ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଏକ ସନ୍ଦେହଜନକ ନାଲି ରଙ୍ଗର ମହିନ୍ଦ୍ରା-୫୮୫ ଡିଆଇ ଟ୍ରାକ୍ଟର ଓ ବିନା ନମ୍ବର ପ୍ଲେଟ୍ ବିଶିଷ୍ଟ ଟ୍ରେଲରକୁ ଅଟକାଇଥିଲେ। ଟ୍ରାକ୍ଟରଟିକୁ ଯାଞ୍ଚ କରିବା ପରେ ସେଥିରୁ ପ୍ରାୟ ୪୪୦ କିଲୋଗ୍ରାମ ଓଜନର ଚୋରା ଗଞ୍ଜେଇ ଜବତ ହୋଇଛି, ଯାହାର ଆନୁମାନିକ ବଜାର ମୂଲ୍ୟ ୪୪ ଲକ୍ଷ ଟଙ୍କା ହେବ। ତେବେ ଅନ୍ଧାରର ସୁଯୋଗ ନେଇ ଘଟଣାସ୍ଥଳରୁ ୨ ଜଣ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି।
#Malkangiri