
ନକଲି ଇ-ଚାଲାଣ ଜରିଆରେ ପ୍ରାୟ ୬ ଲକ୍ଷ ଟଙ୍କାର ସାଇବର ଠକେଇ ମାମଲାର ପର୍ଦ୍ଦାଫାଶ କଲା ରାଉରକେଲା ପୋଲିସ!
ଏକ ବଡ଼ ସଫଳତା ହାସଲ କରି ରାଉରକେଲା ପୋଲିସ ନକଲି ଟ୍ରାଫିକ୍ ଇ-ଚାଲାଣ ମେସେଜ୍ ଜରିଆରେ ହୋଇଥିବା APK ଆଧାରିତ ସାଇବର ଠକେଇ ମାମଲାରେ ମୁମ୍ବାଇ, ମହାରାଷ୍ଟ୍ରରୁ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଏହି ଠକେଇରେ ଜଣେ ରାଉରକେଲା ବାସିନ୍ଦା ନକଲି ଟ୍ରାଫିକ୍ ଇ-ଚାଲାଣ ମେସେଜ୍କୁ ସରକାରୀ RTO ସୂଚନା ଭାବି ଏହାର ଲିଙ୍କ୍ରେ କ୍ଲିକ୍ କରିଥିଲେ। ଫଳରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୬ଟି ଅନଧିକୃତ UPI କାରବାର ମାଧ୍ୟମରେ ମୋଟ ₹୫,୯୯,୫୮୮.୫୩ ଟଙ୍କା ଠକେଇ ହୋଇଥିଲା।
ତଦନ୍ତ ସମୟରେ ପୋଲିସ ଟଙ୍କା କାରବାରର ଗତିପଥ ଅନୁସନ୍ଧାନ କରି ଜାଣିବାକୁ ପାଇଥିଲା ଯେ ଠକେଇ ଟଙ୍କା ବିଭିନ୍ନ ବ୍ୟାଙ୍କର କ୍ରେଡିଟ୍ କାର୍ଡ ବିଲ୍ ପୈଠ ପାଇଁ ବ୍ୟବହୃତ ହୋଇଥିଲା। ଅଧିକ ଯାଞ୍ଚରୁ ହରିୟାଣା, ମୁମ୍ବାଇ, ଦିଲ୍ଲୀ ଏବଂ କୋଲକାତା ସମେତ ବିଭିନ୍ନ ରାଜ୍ୟର ସାଇବର ଅପରାଧ ଅଭିଯୋଗ ସହ ଅଭିଯୁକ୍ତଙ୍କ ସଂପୃକ୍ତି ଥିବା ଜଣାପଡ଼ିଛି। ଏହି ମାମଲାଗୁଡ଼ିକରେ ପ୍ରାୟ ₹୧୮.୭ ଲକ୍ଷ ଟଙ୍କାର ଠକେଇ କାରବାର ସହ ସମ୍ପର୍କ ଥିବା ଜଣାପଡ଼ିଛି।
⚠️ ସତର୍କ ରୁହନ୍ତୁ! ସୁରକ୍ଷିତ ରୁହନ୍ତୁ!
WhatsApp, SMS କିମ୍ବା ଅଜଣା ନମ୍ବରରୁ ଆସୁଥିବା ସନ୍ଦେହଜନକ ଲିଙ୍କ୍ କିମ୍ବା APK ଫାଇଲ୍ରେ କେବେବି କ୍ଲିକ୍ କରନ୍ତୁ ନାହିଁ। ଟ୍ରାଫିକ୍ ଇ-ଚାଲାଣର ସତ୍ୟତା କେବଳ ସରକାରୀ ୱେବ୍ସାଇଟ୍ରେ ଯାଞ୍ଚ କରନ୍ତୁ।
#RourkelaPolice #OdishaPolice #cybercrime #cyberfraud #CyberSafety #apkfraud #FakeEChallan #OnlineFraud #CyberAwareness