
SMS News Bureau Rourkela
ଜିଲ୍ଲା ଯୋଜନା ବୋର୍ଡ଼ ଅଧକ୍ଷ ଶ୍ରୀ ଦୁର୍ଗା ତନ୍ତୀଙ୍କ ବାଲିଶଙ୍କରା ଏବଂ ଲେଫ୍ରିପଡା ବ୍ଲକ ଗସ୍ତ
ନିଜ ସମସ୍ୟାର ସମାଧାନ ପାଇଁ ଆସୁଥିବା ଜନତାଙ୍କୁ ସମସ୍ୟାରେ ନପକାଇବା ପାଇଁ ଅଧିକାରୀଙ୍କୁ ଶ୍ରୀ ଦୁର୍ଗାଙ୍କ ପରାମର୍ଶ
ସୁନ୍ଦରଗଡ ଜିଲ୍ଲା ଯୋଜନା ବୋର୍ଡ଼ର ଅଧକ୍ଷ ତଥା ରଘୁନାଥପାଲ୍ଲୀ ବିଧାୟକ ଶ୍ରୀ ଦୁର୍ଗା ଚରଣ ତନ୍ତୀ ଆଜି ବାଲିଶଙ୍କରା ବ୍ଲକ ଏବଂ ଲେଫ୍ରିପଡା ବ୍ଲକ ଗସ୍ତରେ ଯାଇ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ପ୍ରଥମେ ଅଧକ୍ଷ ଶ୍ରୀ ଦୁର୍ଗା ତନ୍ତୀ ବାଲିଶଙ୍କରା ବ୍ଲକର ସମ୍ମିଳନୀ କକ୍ଷରେ ଜିଲା ଯୋଜନା କାର୍ଯ୍ୟାଳୟର ଅଧିକାରୀ,ବ୍ଲକ ଅଧିକାରୀ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଆୟୋଜିତ ଏହି ବୈଠକରେ ଅଧକ୍ଷ ଶ୍ରୀ ଦୁର୍ଗା ଚରଣ ତନ୍ତୀ ବ୍ଲକର ବିଭିନ୍ନ ପଞ୍ଚାୟତରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସରକାରଙ୍କ ଦ୍ୱାରା ଚାଲୁଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ରାସ୍ତା ନିର୍ମାଣ ସମେତ ବିଭିନ୍ନ ଜନହିତକର ପ୍ରକଳ୍ପ ଗୁଡିକର କାର୍ଯ୍ୟକାରୀତା ଏବଂ ବର୍ତମାନର ସ୍ଥିତି ସମ୍ବନ୍ଧରେ ଉପସ୍ଥିତ ବିଭାଗୀୟ ଅଧିକାରୀଙ୍କୁ ପଚାରି ବୁଝିଥିଲେ ।ନିଜ ନିଜର ବିଭିନ୍ନ ସମସ୍ୟାକୁ ନେଇ ଦୂର ଦୁରାନ୍ତରୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ସାଧାରଣ ଜନତାଙ୍କ ପାଇଁ ଆହୁରି ଅଧିକ ସମସ୍ୟା ସୃଷ୍ଟି କରିବା ପରିବର୍ତ୍ତେ ସେମାନଙ୍କର ଆବଶ୍ୟକତାକୁ ଗମ୍ଭୀରତାର ସହିତ ବିଚାର କରି ଅତି କମ ସମୟ ମଧ୍ୟରେ ସମାଧାନ କରିବା ପାଇଁ ଉପସ୍ଥିତ ଥିବା ବିଭାଗୀୟ ଅଧିକାରୀ ମାନଙ୍କୁ ଶ୍ରୀ ଦୁର୍ଗା ତନ୍ତୀ ନିର୍ଦ୍ଧେଶ ଦେଇଥିଲେ । ଅଞ୍ଚଳରେ ବସବାସ କରୁଥିବା ପ୍ରତ୍ୟେକ ପରିବାରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ଚାଲୁଥିବା ଯୋଜନାରେ ନିୟୋଜିତ ଠିକା କମ୍ପାନୀ ଦ୍ବାରା ବିଭିନ୍ନ ସ୍ଥାନରେ ରାସ୍ତାକୁ ଖୋଳି ଦେବା ପରେ ଉକ୍ତ ସ୍ଥାନକୁ ପୋତି ପୁନଃ ଯାତାୟତ ଉପଯୋଗୀ କରାଯାଉନଥିବା ଘଟଣା ସମ୍ଵନ୍ଧରେ ଜାଣିବା ପରେ ଅଧକ୍ଷ ଶ୍ରୀ ଦୁର୍ଗା ଚରଣ ତନ୍ତୀ ବୈଠଜ ସ୍ଥଳରୁ ହିଁ ଉକ୍ତ କାର୍ଯ୍ୟରେ ନିୟୋଜିତ ସମ୍ପୃକ୍ତ ଠିକାଦାରଙ୍କୁ ଫୋନ କରି ତାଗିଦ କରିବା ସହିତ ଯେଉଁ ସବୁ ସ୍ଥାନରେ ରାସ୍ତା ଖୋଳି ଛାଡି ଦିଆଯାଇଛି ସେହି ସବୁ ସ୍ଥାନରେ ବିଭାଗୀୟ ବ୍ୟବସ୍ତା ଅନୁସାରେ ଆସନ୍ତା ସାତ ଦିନ ମଧ୍ୟରେ ଠିକ କରିବା ପାଇଁ ଅଧକ୍ଷ ଶ୍ରୀ ଦୁର୍ଗା ଚରଣ ତନ୍ତୀ ଠିକା କମ୍ପାନିକୁ ନିର୍ଦ୍ଧେଶ ମଧ୍ୟ ଦେଇଥିଲେ । ଏହି ବୈଠକରେ ବିଧାୟକ ପ୍ରତିନିଧି ଶ୍ରୀ ରବି ପଟେଲ, ଲୋକସଭା ସଦସ୍ୟଙ୍କ ପ୍ରତିନିଧି ଉଛବ ତନ୍ତୀ,ଯସନ୍ତି ଏକ୍କା,ବନମାଳୀ ବର୍ଷାତିଆ, ସୁରେନ୍ଦ୍ର ସାହୁ,ସୁରତ କୁମାର ବେହେରା ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ । ସେହିପରି ଅପରାହ୍ନରେ ଅଧକ୍ଷ ଶ୍ରୀ ଦୁର୍ଗା ଚରଣ ତନ୍ତୀ ଲେଫ୍ରିପଡା ବ୍ଲକ ଗସ୍ତକରି ବ୍ଲକ କାର୍ଯ୍ୟାଳୟରେ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିବ୍ଳକରେ ଚାଲୁଥିବା ବିଭିନ୍ନ ପ୍ରକଳ୍ପ ସମ୍ବନ୍ଧରେ ପଚାରି ବୁଝିବା ସହିତ ଆଗାମୀ ଦିନର ଯୋଜନା ସମ୍ବନ୍ଧରେ ମଧ୍ୟ ପଚାରି ବୁଝିଥିଲେ ଏହା ସହିତ ବିଭିନ୍ନ ଜନହିତକର ଯୋଜନାର ସଫଳ କ୍ରିୟାନ୍ବୟନ ପାଇଁ ଯଥାଶୀଘ୍ର ଆବଶ୍ୟକ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଥିଲେ ।ଏହି ବୈଠକରେ ଓଡିଶାର ଉପବାଚସ୍ପତି ତଥା ତଲସରା ବିଧାୟକଙ୍କ ପ୍ରତିନିଧି ଶ୍ରୀ ଅମୀର କୁମାର ନାୟକ, ପୂର୍ବତନ ବିଧାୟକ ଶ୍ରୀମତୀ କୁସୁମ ଟେଟେ, ଦେବବ୍ରତ ଚୌହାନ,ବିମଲ ପଟେଲ,ଅଂଶୀଲ ପାଟେଲ, ପାଞ୍ଚସିଲ ପସାୟତ, ସୁମନ୍ତ ପଟେଲ,ହୀରାଧର ମାଝୀ, କ୍ଷୀରୋଧ ସାହୁ,ଶଶୀ ଶେଖର ନାୟକ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ ।