ଆଠମାଲିକ ଠାକୁରଗଡ଼ ଥାନା ଆଞ୍ଚଳରେ ଭୁବନେଶ୍ୱର STF ଟିମ ଚଢ଼ାଉ | ଚଢ଼ାଉରେ ଆନୁମାନିକ ଚାରି କୁଣ୍ଟାଲରୁ ଅଧିକ ଗଞ୍ଜେଇ, ଗୋଟିଏ ଉଇଁଗୋ ଗାଡି, ଗୋଟିଏ କାର ଓ ତିନି ଜଣ ଚାଲାଣ କାରୀକୁ ଅଟକ ରଖିଛି ଭୁବନେଶ୍ୱରରୁ ଆସିଥିବା STF ଟିମ | ଘଟଣା ସମ୍ପର୍କରେ STF କିଛି ପ୍ରକାଶ କରି ନାହାନ୍ତି | ମିଳିଥିବା ଖବର ମୁତାବକ ଆଠମଲ୍ଲିକ କିଆକଟା ଓ ମାଧପୁର ଅଞ୍ଚଳ ତିନି ଜଣ ଗଞ୍ଜେଇ ଚାଲାଣ କାରୀଙ୍କୁ STF କିଆକଟାରୁ ପିଛା କରିଥିଲେ | ଠାକୁରଗଡ଼ ଆମ୍ବସରମୁଣ୍ଡା ଆସିଲା ବେଳକୁ ଚାଲାଣ କାରୀ ପିଛା ହେଉଥିବାର ଜାଣି ପାରି ଖସି ଜିବାକୁ ଚେଷ୍ଟା କରୁଥିଲେ | ମାତ୍ର STF ଟିମ ତାଙ୍କୁ ଧରି ପକାଇ ଥିଲେ | ଅଧିକ ତଦନ୍ତ ପାଇଁ ଠାକୁରଗଡ଼ ଥାନାକୁ ନେଇଥିଲେ | ପରେ ଚାଲାଣ କାରୀଙ୍କୁ ଭୁବନେଶ୍ୱର ନେଇ ଯାଇଥିବାର ସୁଚନା...