ବୌଦ୍ଧ ଜିଲ୍ଲା ଗାଁ ସାଥୀ ସଂଘର ଜିଲ୍ଲା ଅଧିବେଶନ ସମ୍ପନ୍ନ: ନୂତନ ପଦାଧିକାରୀ ଚୟନ!
ଆଜି ତାରିଖ ୧୧.୧୧.୨୦୨୬, ବୁଧବାର ଦିନ ଭାରତୀୟ ମଜଦୂର ସଂଘ, ବୌଦ୍ଧ ଜିଲ୍ଲା ତରଫରୁ ବୌଦ୍ଧ ସହରସ୍ଥିତ ପଥପ୍ରାନ୍ତ ଠାରେ ଗାଁ ସାଥୀ ସଂଘର ଜିଲ୍ଲା ଅଧିବେଶନ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ଗାଁ ସାଥୀ ସଂଘର ରାଜ୍ୟ ସଭାପତି ଶ୍ରୀମାନ୍ ବିଜୟ ପାତ୍ର ଏବଂ ଜିଲ୍ଲା ମଜଦୂର ସଂଘର ସମ୍ପାଦକ ଶ୍ରୀମାନ୍ ଲୋକନାଥ ଶତପଥି ଅଧିବେଶନ ପରିଚାଳନା କରିଥିଲେ।
ବୌଦ୍ଧ ଜିଲ୍ଲା ଗାଁ ସାଥୀ ସଂଘର ନୂତନ ପଦାଧିକାରୀ:
🔹 ସଭାପତି: ଶ୍ରୀମାନ୍ ବିଶାଲ ହାତୀ
🔹 ଉପସଭାପତି: ଶ୍ରୀମାନ୍ ଘନଶ୍ୟାମ ରଣା
🔹 ସମ୍ପାଦକ: ଶ୍ରୀମାନ୍ ନରେଶ ପ୍ରଧାନ
🔹 ସହ ସମ୍ପାଦକ: ଶ୍ରୀମତୀ ଦମୟନ୍ତୀ ବିଶି
🔹 କୋଷାଧକ୍ଷ: ଶ୍ରୀମାନ୍ ସଞ୍ଜିତ କୁମାର ମିଶ୍ର
🔹 କାର୍ଯ୍ୟକାରିଣୀ ସଦସ୍ୟ/ସଦସ୍ୟା: ଶ୍ରୀମତୀ ଗୀତାଞ୍ଜଳି ନାୟକ, ଶ୍ରୀମାନ୍ ହୃଦାନନ୍ଦ ମେହେର, ଶ୍ରୀମତୀ ଯଜ୍ଞସେନୀ ପ୍ରଧାନ ଓ ଶ୍ରୀମାନ୍ ମନୋରଞ୍ଜନ ବେହେରା ପ୍ରମୁଖ।
ଆଗାମୀ ଦିନରେ ଗାଁ ସାଥୀମାନଙ୍କ ବିଭିନ୍ନ ସମସ୍ୟା ଉପରେ ଦୃଢ଼ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବ ବୋଲି ଜିଲ୍ଲା ମଜଦୂର ସଂଘର ସମ୍ପାଦକ ଶ୍ରୀମାନ୍ ଲୋକନାଥ ଶତପଥି ନିଜ ବକ୍ତବ୍ୟରେ ଦୃଷ୍ଟି ଆକର୍ଷଣ କରିଥିଲେ। ଶେଷରେ ଜିଲ୍ଲା ଉପସଭାପତି ଘନଶ୍ୟାମ ରଣା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
#GaanSathiSangha #BhartiyaMazdoorSangh #Bouddha #OdishaNews #BouddhaUpdates #LabourUnion