
👉 📰 ଖବର ଆଜିର
ତାରିଖ: ୧୨/୧୧/୨୦୨୬, ଗୁରୁବାର
୧- ସ୍ୱଚ୍ଛତାରେ ଓଡ଼ିଶାକୁ ଜାତୀୟ ସମ୍ମାନ: ରାଷ୍ଟ୍ରପତିଙ୍କଠାରୁ ମିଳିଲା ପୁରସ୍କାର।
୨- ଆସନ୍ତା ୨୪ ତାରିଖରେ ବାଲିଯାତ୍ରା ଉଦ୍ଘାଟନ: ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
୩- ରୌପ୍ୟ ପଦକ ବିଜେତା ପାୟଲ ନାଗଙ୍କୁ ସମ୍ମାନ: କ୍ରୀଡ଼ା ବିଭାଗ ପକ୍ଷରୁ ୧୦ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ।
୪- ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବିତଙ୍କୁ ବଡ଼ ଆଶ୍ୱସ୍ତି: ୫୦ କେଜି ଚାଉଳ ସହ ମିଳିବ ୨୫୦୦ ଟଙ୍କା।
୫- ଜମି ହଡ଼ପ ମାମଲାରେ ୩ ଗିରଫ: ମାଲିକଙ୍କ ଅଜାଣତରେ କୋଟି କୋଟି ଟଙ୍କାର ଜମି ହଡ଼ପ ଅଭିଯୋଗ।
୬- ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ: ୧୩ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା।
୭- ଖୋଲିବ ଢେଙ୍କାନାଳ ଓ ବ୍ରହ୍ମପୁର ସମନ୍ୱିତ ଆୟୁଷ ହସ୍ପିଟାଲ: ଜିଲ୍ଲା ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭ।
୮- ପୁରୀ ଶ୍ରୀମନ୍ଦିର ରାମ୍ପ ଡିଜାଇନ୍ରେ ପରିବର୍ତ୍ତନ: ଭକ୍ତଙ୍କ ସୁବିଧା ଓ ନୀତିକାନ୍ତିକୁ ଦିଆଯିବ ଗୁରୁତ୍ୱ।
୯- ଭିନ୍ନକ୍ଷମ ଦିବସ ପାଳନ ପାଇଁ ଅନୁଦାନ: ପ୍ରତି ଜିଲ୍ଲାକୁ ମିଳିବ ୫ ଲକ୍ଷ ଟଙ୍କା।
୧୦- ନୂଆପଡ଼ାରେ ପୁଣି ବାଘ ଆତଙ୍କ: ଘର ଅଗଣାରୁ ପୋଷା କୁକୁରକୁ ଟାଣିନେଇ ଖାଇଲା, ଭୟଭୀତ ଗ୍ରାମବାସୀ।
୧୧- ଡିସେମ୍ବର ୧୫ରୁ ଓଡ଼ିଶାରେ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ: ପ୍ରଥମ ଥର ପାଇଁ ହେବ ଆୟୋଜନ।
୧୨- ହାଇକୋର୍ଟରେ ବିଭିନ୍ନ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି: ଜୁନିୟର ଗ୍ରେଡ୍ ଟାଇପିଷ୍ଟ, ଷ୍ଟେନୋଗ୍ରାଫର ଓ ଡାଟା ଏଣ୍ଟ୍ରି ଅପରେଟର ପଦବୀ ପାଇଁ ଅନଲାଇନ୍ ଆବେଦନ।
୧୩- କ୍ୟାପିଟାଲ ହାଇସ୍କୁଲରେ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ: ଆଜି ଅପରାହ୍ନ ୪ଟାରେ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ।
୧୪- ପୁଣି ବିବାହ ବିଚ୍ଛେଦ ଚର୍ଚ୍ଚାରେ ପୱନ କଲ୍ୟାଣ: ବିଦେଶୀ ପତ୍ନୀଙ୍କ ସହ ଛାଡ଼ପତ୍ର ନେଇ ଚର୍ଚ୍ଚା।
୧୫- ବିଶ୍ୱ ଚାମ୍ପିୟନସିପ୍ରେ ନୀରଜ କୁମାରଙ୍କୁ ବ୍ରୋଞ୍ଜ: ଭାରତକୁ ମିଳିଲା ୨୦୨୮ ଅଲିମ୍ପିକ୍ସ କୋଟା।
୧୬- ୧୨ ଘଣ୍ଟା ମଧ୍ୟରେ ଦ୍ୱିତୀୟ ରେଳ ଦୁର୍ଘଟଣା: କାନପୁରରେ ଲାଇନଚ୍ୟୁତ ହେଲା ଚୌରୀଚୌରା ଏକ୍ସପ୍ରେସ୍।
୧୭- ପ୍ରଦୂଷଣରେ ଭାରତର ଚିନ୍ତାଜନକ ସ୍ଥିତି: ବିଶ୍ୱର ୫୦ ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରୁ ୪୯ଟି ଭାରତରେ, AQI ୮୨୧ ସହ ଶୀର୍ଷରେ ରାଜସ୍ଥାନର ଶ୍ରୀଗଙ୍ଗାନଗର।
୧୮- ସାନ ଭଉଣୀକୁ ବଞ୍ଚାଇବାକୁ ଯାଇ ୩ ବଡ଼ଭାଇଙ୍କ ମୃତ୍ୟୁ: ରାଜସ୍ଥାନର ଛତରଗଡ଼ରେ ଅଭାବନୀୟ ଘଟଣା।
୧୯- ଏୟାର ଇଣ୍ଡିଆ ବିମାନକୁ ହାଇଜାକ୍ ଧମକ: ବିମାନବନ୍ଦରରେ ହାଇଆଲର୍ଟ ଜାରି।
୨୦- ଜେନସନ୍ ହୁଆଙ୍ଗଙ୍କୁ ବଡ଼ ଝଟକା: ଧନୀ ତାଲିକାରେ ୧୦ମ ସ୍ଥାନକୁ ଖସିଲେ NVIDIAର ସିଇଓ।
📺 ପଦ୍ମପୁର ଟିଭି
#ଖବରଆଜିର #OdishaNews #Bargarh #PadampurTV