ମାଥିଲି : କୋର୍ଟ ବେଞ୍ଚ କ୍ଲର୍କ ୫୦ ହଜାର ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ ଟିମ। ଜେଏମ୍ଏଫ୍ସି କୋର୍ଟର ଜଣେ ବେଞ୍ଚ କ୍ଲର୍କ ଅଚ୍ୟୁତ ପ୍ରଧାନ ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ ଟିମ। ସୂଚନା ମୁତାବକ ଏକ ମାମଲା ରଫାଦଫା କରିଦେବା ପାଇଁ ଜଣେ ବ୍ୟକ୍ତିଙ୍କୁ ଘରେ ଡାକି ଲାଞ୍ଚ ଟଙ୍କା ନେଉଥିବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଥିବା ଜଣାପଡ଼ିଛି। ଘଟଣା ପରେ ଜୟପୁର ଓ ମାଲକାନଗିରି ଭିଜିଲାନ୍ସର ମିଳିତ ଟିମ୍ ଅଚ୍ୟୁତ ପ୍ରଧାନଙ୍କ ଘରେ ଚଢ଼ାଉ କରି ଯାଞ୍ଚ ଜାରି ରଖିଛି। ଘଟଣା ସମ୍ପର୍କରେ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଚାଲିଛି ବୋଲି ଅଧିକ ସୂଚନା ମିଳିଛି।
Malkangiri, Malkangiri | Sep 10, 2026