ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ୍ ଅନ୍ତର୍ଗତ ସୋମନାଥପୁର ପଞ୍ଚାୟତର ଏମ୍ଭି-୩୬ ଗ୍ରାମରେ ଘଟିଥିବା ବର୍ବରୋଚିତ ଦମ୍ପତି ହତ୍ୟାକାଣ୍ଡ ଘଟଣାରେ ପୀଡ଼ିତ ପରିବାରକୁ ଭେଟିଛନ୍ତି ସ୍ଥାନୀୟ ବିଧାୟକ ଶ୍ରୀ ନରସିଂହ ମାଡକାମି। ଗ୍ରାମରେ ଏଭଳି ଏକ ହୃଦୟବିଦାରକ କାଣ୍ଡ ପରେ ସେ ପ୍ରଥମେ ଡାକ୍ତରଖାନା ଏବଂ ପରେ ସିଧାସଳଖ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଘଟଣା ସମୟରେ ଆକ୍ରମଣର ଶିକାର ହୋଇ ଗୁରୁତର ଅବସ୍ଥାରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ୧୩ ବର୍ଷୀୟ ନାବାଳକ ସନ୍ଦୀପ ସରକାରଙ୍କୁ ବିଧାୟକ ଶ୍ରୀ ମାଡକାମି ଭେଟିଛନ୍ତି। ସେଠାରେ ଡାକ୍ତରମାନଙ୍କ ସହ ଆଲୋଚନା କରି ସନ୍ଦୀପଙ୍କ ଚିକିତ୍ସା ବ୍ୟବସ୍ଥାର ତଦାରଖ କରିବା ସହ ତାଙ୍କୁ ଉତ୍ତମ ତଥା ଉନ୍ନତ ଚିକିତ୍ସା ଯୋଗାଇଦେବାକୁ ପରାମର୍ଶ ଦେଇଛନ୍ତି।