#ସ୍ତ୍ରୀକୁ ପୋଟ୍ରୋଲ ରେ ପୋଡି ମାରିଦେବାକୁ ଉଦ୍ୟମ...
#ପୋଖରୀକୁ ଡେଇଁ ଜୀବନ ବଞ୍ଚାଇଲା ସ୍ତ୍ରୀ....
#ଅଭିଯୁକ୍ତ ସ୍ଵାମୀ କୋର୍ଟଚାଲାଣ....
ନିଜ ସ୍ତ୍ରୀକୁ ପୋଟ୍ରୋଲ ଢାଳି ଜୀବନରୁ ପୋଡି ମାରିଦେବାକୁ ଉଦ୍ୟମ କରିଥିବା ଅଭିଯୋଗରେ ମାମଲା ରୁଜୁକରି ମୋରଡା ପୁଲିସ ଅଭିଯୁକ୍ତ ସ୍ବାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି।ସୂଚନା ଅନୁସାରେ ମୋରଡା ଥାନା ଅଧୀନ ପଳାଶମୁଣ୍ଡୁଳି ପଞ୍ଚାୟତ ଅନ୍ତର୍ଗତ ଖୁରୁଣ୍ଟିଆ ଗ୍ରାମର ଶଙ୍କର ବେହେରାଙ୍କ ପୁଅ ଜନ୍ମେଜୟ ବେହେରା ସେହି ଗ୍ରାମର ଟିକିନି ବେହେରାଙ୍କୁ ଭଲପାଇ କିଛିବର୍ଷ ପୂର୍ବରୁ ବିବାହ କରିଥିଲେ l ଉଭୟଙ୍କର ଦୁଇଟି କନ୍ୟା ସନ୍ତାନ ମଧ୍ୟ ରହିଛି।ସମୟକ୍ରମେ ଜନ୍ମେଜୟ ନିଜ ସ୍ତ୍ରୀ ଟିକିନିକୁ ଅଧିକାଂଶ ସମୟରେ ମାରଧର କରିବା ସହ ମାନସିକ ଏବଂ ଶାରୀରିକ ନିର୍ଯ୍ୟାତନା ଦେବାକୁ ଲାଗିଥିଲା। ଫଳରେ ଟିକିନି ଅଧିକାଂଶ ଦିନ ପିଲାମାନଙ୍କୁ ଧରି ନିଜ ବାପ ଘରେ ଯାଇ ରହୁଥିଲା। ଦୁହିଁଙ୍କ ମଧ୍ୟରେ ଲାଗିରହିଥିବା ପାରିବାରିକ ବିବାଦ କ୍ରମଶଃ ଉଗ୍ରରୂପ ଧାରଣ କରିଥିଲା। ଗତ ଶୁକ୍ରବାର ଅପରାହ୍ନରେ ଜନ୍ମେଜୟ ଟିକିନିକୁ ଘରେ ବାନ୍ଧି ମାରପିଟ କରୁଥିବା ବେଳେ ଗ୍ରାମର ଦୁଇଜଣ ବ୍ୟକ୍ତି ଏହା ଦେଖି ଟିକିନିକୁ ଜନ୍ମେଜୟଙ୍କ କବଳରୁ ଉଦ୍ଧାର କରି ଦୁଇଝିଅ ସହ ନେଇ ତାଙ୍କୁ ତାଙ୍କ ବାପ ଘରେ ଛାଡିଦେଇ ଆସିଥିଲେ।ଶନିବାର ସକାଳେ ଜନ୍ମେଜୟ ଗ୍ରାମରେ ଥିବା ଏକ ଦୋକାନରୁ ଗୋଟିଏ ପଲିଥିନରେ ବାଇକରେ ପେଟ୍ରୋଲ ଢାଳିବ କହି କିଣି ଆଣି ଶ୍ୱଶୁର ଘରକୁ ଯାଇଥିଲା l ନିଜ ଶଶୁର ଘରେ ରହୁଥିବା ଟିକିନିକୁ ଦେଖାକରି ତାକୁ ଘରକୁ ଫେରାଇ ନେବାକୁ ଆସିଥିବା ବେଳେ ଟିକିନି ରାଜି ନହେବାରୁ ଜନ୍ମେଜୟ ନିଜ ସାଥିରେ ଆଣିଥିବା ପେଟ୍ରୋଲକୁ ଟିକିନି ଦେହରେ ଢ଼ାଳି ନିଆଁ ଲଗାଇ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲା। ଟିକିନି ସଙ୍ଗେସଙ୍ଗେ ଘର ନିକଟରେ ଥିବା ଏକ ଛୋଟ ପୋଖରୀକୁ ଡେଇଁ ପଡିଥିଲା।ଫଳରେ ଅଳ୍ପକେ ମରଣ ମୁହଁରୁ ବର୍ତ୍ତି ଯାଇଥିଲେ।ତାଙ୍କୁ ବାପଘର ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ସଙ୍ଗେ ସଙ୍ଗେ କିଶାନତାଣ୍ଡି ଡାକ୍ତରଖାନାକୁ ଆଣିଥିଲେ।ପ୍ରାଥମିକଚିକିତ୍ସା ପରେ ଟିକିନି ସୁସ୍ଥ ହେଉଥିବା ଜଣାଯାଇଛି l ତାଙ୍କ ଶରୀରର ୧୧ପ୍ରତିଶତ ନିଆଁରେ ପୋଡ଼ି ଯାଇଛି । ତେବେ ଉକ୍ତ ଘଟଣାକୁ କେନ୍ଦ୍ରକରି ଟିକିନିଙ୍କ ବାପଘର ଲୋକେ ମୋରଡା ଥାନାରେ ଲିଖିତ ଏତଲା ଦେଇଥିଲେ।ପୁଲିସ ୩୩୦ ନଂରେ ମାମଲା ରୁଜୁକରି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ସ୍ୱାମୀ ଜନ୍ମେଜୟଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଥିବା ଥାନା ଅଧିକାରୀ ସୁମିତ କୁମାର ସୋରେନ ପ୍ରକାଶ କରିଛନ୍ତି। ସ୍ତ୍ରୀକୁ ପୋଟ୍ରୋଲ ଢାଳି ଜୀବନରୁ ପୋଡି ମାରିଦେବାକୁ ଉଦ୍ୟମ କରିଥିବା ଅଭିଯୋଗରେ ମାମଲା ରୁଜୁକରି ମୋରଡା ପୁଲିସ ଅଭିଯୁକ୍ତ ସ୍ବାମୀକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।ମିଳିଥିବା ସୂଚନା ଅନୁସାରେ ମୋରଡା ଥାନା ଅଧୀନ ପଳାଶମୁଣ୍ଡୁଳି ପଞ୍ଚାୟତ ଅନ୍ତର୍ଗତ ଖୁରୁଣ୍ଟିଆ ଗ୍ରାମର ଶଙ୍କର ବେହେରାଙ୍କ ପୁଅ ଜନ୍ମେଜୟ ବେହେରା(୪୦) ସେହି ଗ୍ରାମର ଟିକିନି ବେହେରାଙ୍କୁ ଭଲପାଇ କିଛିବର୍ଷ ପୂର୍ବରୁ ବିବାହ କରିଥିଲେ l ଉଭୟଙ୍କର ଦୁଇଟି କନ୍ୟା ସନ୍ତାନ ମଧ୍ୟ ରହିଛି।ସମୟକ୍ରମେ ଜନ୍ମେଜୟ ନିଜ ସ୍ତ୍ରୀ ଟିକିନିକୁ ଅଧିକାଂଶ ସମୟରେ ମାରଧର କରିବା ସହ ମାନସିକ ଏବଂ ଶାରୀରିକ ନିର୍ଯ୍ୟାତନା ଦେବାକୁ ଲାଗିଥିଲା। ଫଳରେ ଟିକିନି ଅଧିକାଂଶ ଦିନ ପିଲାମାନଙ୍କୁ ଧରି ନିଜ ବାପ ଘରେ ଯାଇ ରହୁଥିଲା। ଦୁହିଁଙ୍କ ମଧ୍ୟରେ ଲାଗିରହିଥିବା ପାରିବାରିକ ବିବାଦ କ୍ରମଶଃ ଉଗ୍ରରୂପ ଧାରଣ କରିଥିଲା। ଗତ ଶୁକ୍ରବାର ଅପରାହ୍ନରେ ଜନ୍ମେଜୟ ଟିକିନିକୁ ଘରେ ବାନ୍ଧି ମାରପିଟ କରୁଥିବା ବେଳେ ଗ୍ରାମର ଦୁଇଜଣ ବ୍ୟକ୍ତି ଏହା ଦେଖି ଟିକିନିକୁ ଜନ୍ମେଜୟଙ୍କ କବଳରୁ ଉଦ୍ଧାର କରି ଦୁଇଝିଅ ସହ ନେଇ ତାଙ୍କୁ ତାଙ୍କ ବାପ ଘରେ ଛାଡିଦେଇ ଆସିଥିଲେ।ଶନିବାର ସକାଳେ ଜନ୍ମେଜୟ ଗ୍ରାମରେ ଥିବା ଏକ ଦୋକାନରୁ ଗୋଟିଏ ପଲିଥିନରେ ବାଇକରେ ପେଟ୍ରୋଲ ଢାଳିବ କହି କିଣି ଆଣି ଶ୍ୱଶୁର ଘରକୁ ଯାଇଥିଲା l ନିଜ ଶଶୁର ଘରେ ରହୁଥିବା ଟିକିନିକୁ ଦେଖାକରି ତାକୁ ଘରକୁ ଫେରାଇ ନେବାକୁ ଆସିଥିବା ବେଳେ ଟିକିନି ରାଜି ନହେବାରୁ ଜନ୍ମେଜୟ ନିଜ ସାଥିରେ ଆଣିଥିବା ପେଟ୍ରୋଲକୁ ଟିକିନି ଦେହରେ ଢ଼ାଳି ନିଆଁ ଲଗାଇ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲା। ଟିକିନି ସଙ୍ଗେସଙ୍ଗେ ଘର ନିକଟରେ ଥିବା ଏକ ଛୋଟ ପୋଖରୀକୁ ଡେଇଁ ପଡିଥିଲା।ଫଳରେ ଅଳ୍ପକେ ମରଣ ମୁହଁରୁ ବର୍ତ୍ତି ଯାଇଥିଲେ।ତାଙ୍କୁ ବାପଘର ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ସଙ୍ଗେ ସଙ୍ଗେ କିଶାନତାଣ୍ଡି ଡାକ୍ତରଖାନାକୁ ଆଣିଥିଲେ।ପ୍ରାଥମିକଚିକିତ୍ସା ପରେ ଟିକିନି ସୁସ୍ଥ ହେଉଥିବା ଜଣାଯାଇଛି l ତାଙ୍କ ଶରୀରର ୧୧ପ୍ରତିଶତ ନିଆଁରେ ପୋଡ଼ି ଯାଇଛି । ତେବେ ଉକ୍ତ ଘଟଣାକୁ କେନ୍ଦ୍ରକରି ଟିକିନିଙ୍କ ବାପଘର ଲୋକେ ମୋରଡା ଥାନାରେ ଲିଖିତ ଏତଲା ଦେଇଥିଲେ।ପୁଲିସ ୩୩୦ ନଂରେ ମାମଲା ରୁଜୁକରି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ସ୍ୱାମୀ ଜନ୍ମେଜୟଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଥିବା ଥାନା ଅଧିକାରୀ ସୁମିତ କୁମାର ସୋରେନ ପ୍ରକାଶ କରିଛନ୍ତି।