ମାଲକାନଗିରି : ଦକ୍ଷତା ଏବଂ ଜନକଲ୍ୟାଣକାରୀ ଅଭିନବ ପ୍ରୟାସ କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ଏକ ବଡ଼ ସଫଳତା ହାସଲ କରିଛି। ଜିଲ୍ଲାର ପ୍ରମୁଖ ଯୁବ ସଶକ୍ତିକରଣ କାର୍ଯ୍ୟକ୍ରମ ପ୍ରଗତି ପଥେ ଯୁବ ମାଲକାନଗିରି ପାଇଁ ଜିଲ୍ଲା ପ୍ରଶାସନକୁ ପ୍ରତିଷ୍ଠିତ ଜାତୀୟ ସ୍କଚ୍ ଆୱାର୍ଡ ପ୍ରଦାନ କରାଯିବ। ସ୍କଚ୍ ଗ୍ରୁପ୍ ପକ୍ଷରୁ କରାଯାଇଥିବା ସମସ୍ତ ଜଟିଳ ଓ ବହୁସ୍ତରୀୟ ମୂଲ୍ୟାୟନ ପ୍ରକ୍ରିୟାରେ ସଫଳ ହେବା ପରେ, ମାଲକାନଗିରି ଜିଲ୍ଲାପାଳ ଶ୍ରୀ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କୁ ଏହି ପୁରସ୍କାର ସମ୍ପର୍କରେ ଆଧିକାରିକ ଭାବେ ଅବଗତ କରାଯାଇଛି। ଆସନ୍ତା ୨୦୨୬ ସେପ୍ଟେମ୍ବର ୨୬ ଦିନ ନୂଆଦିଲ୍ଲୀର ଲୋଧି ରୋଡ୍ ସ୍ଥିତ ଇଣ୍ଡିଆ ହାବିଟାଟ୍ ସେଣ୍ଟରଠାରେ ଆୟୋଜିତ ହେବାକୁ ଥିବା ୧୧୦ତମ ସ୍କଚ୍ ସମିଟ୍ରେ ଜିଲ୍ଲା ପ୍ରଶାସନକୁ ଆନୁଷ୍ଠାନିକ ଭାବେ ଏହି ପୁରସ୍କାର ପ୍ରଦାନ କରାଯିବ।
#Malkangiri #DmMalkangiri #Odisha