ଆଜି ତେଲରାଇ ଗ୍ରାମପଞ୍ଚାୟତ ପରିସରରେ ଜିଲ୍ଲାପାଳଙ୍କ ଅଧକ୍ଷତାରେ ‘ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର’ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଆରକ୍ଷୀ ଅଧୀକ୍ଷକଙ୍କ ଏବଂ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ। ଶିବିରରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଉପସ୍ଥିତ ରହି ସେମାନଙ୍କର ବିଭିନ୍ନ ଅଭିଯୋଗ ଓ ସମସ୍ୟାଗୁଡ଼ିକ ସିଧାସଳଖ ଜିଲ୍ଲାପାଳ ଓ ଅଧିକାରୀମାନଙ୍କୁ ଜଣାଇଥିଲେ। ଲୋକଙ୍କ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ଜିଲ୍ଲାପାଳ ଶିବିର ପରିସରରେ ଆୟୋଜିତ ବିଭିନ୍ନ ଲୋକକଲ୍ୟାଣକାରୀ କ୍ୟାମ୍ପଗୁଡ଼ିକୁ ବୁଲି ଦେଖିବା ସହ ସେଗୁଡ଼ିକର କାର୍ଯ୍ୟକାରିତା ଏବଂ ପ୍ରସ୍ତୁତିର ଅନୁଧ୍ୟାନ କରିଥିଲେ।