ଆଜି ଅନ୍ତର୍ଜାତୀୟ ସାକ୍ଷରତା ଦିବସ ଅବସରରେ ମାଲକାନଗିରି ଜିଲ୍ଲାର ସମସ୍ତ ୭ଟି ବ୍ଲକ ଯଥା ମାଲକାନଗିରି, ମାଥିଲି, ଖଇରପୁଟ, କୋରୁକୋଣ୍ଡା, କାଲିମେଳା, ପଡିଆ ଓ ଚିତ୍ରକୋଣ୍ଡାରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ସମଗ୍ର ଶିକ୍ଷା, ମାଲକାନଗିରି ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣରେ ବିଦ୍ୟାଳୟ ସ୍ତରରେ ସ୍ଲୋଗାନ୍ ଲେଖନ ପ୍ରତିଯୋଗିତା, ସାକ୍ଷରତା ସଚେତନତା ଉପରେ ପୋଷ୍ଟର ପ୍ରସ୍ତୁତ, ସମସ୍ତ ବ୍ଲକ ସଦର ଓ କ୍ଲଷ୍ଟର ସ୍ତରରେ ଶିକ୍ଷକ, ଶିକ୍ଷୟିତ୍ରୀ, ସିଆରସିସି, ବିଆରସିସି ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଶାଳ ରାଲି ଆୟୋଜନ ଥିଲା।