ବିଦ୍ୟାଳୟ ସଫା କରି ଉଦାହରଣ ସୃଷ୍ଟି କଲେ ଖଲ୍ଲିକୋଟ ବ୍ଲକ ଗୋଷ୍ଟି ଶିକ୍ଷା ଅଧିକାରୀ...
ରିପୋର୍ଟ... ସିପ୍ରା ପଟନାୟକ
ବେଗୁନିଆପଡା (11/11/26)
ବିଦ୍ୟାଳୟ କୁ ନିଜ ଘର ଓ଼ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କୁ ନିଜ ପରିବାର ଭାବି ଖଲ୍ଲିକୋଟ ବ୍ଲକ ଗୋଷ୍ଟି ଶିକ୍ଷା ଅଧିକାରୀ, ସତ୍ୟ ନାରାୟଣ ଦାସ ନିଜେ ହାତରେ ବିଦ୍ୟାଳୟ ସଫା କଲେ। ଉଚ୍ଚ ପଦବୀ ରେ ଥାଇ ମଧ୍ୟ ନିଜକୁ କେବେ ଵି ବଡ଼ ଭାବନ୍ତି ନାହିଁ ! ଛାତ୍ର ଛାତ୍ରୀ ଙ୍କୁ ପଢେଇବା ଠାରୁ ଆରମ୍ଭ କରି ବିଦ୍ୟାଳୟ ଝାଡୁ ମାରିବା ପର୍ଯ୍ୟନ୍ତ ସବୁ କାମ ଦରକାର ପଡିଲେ ନିଜେ କରନ୍ତି ! ଏପରି ମହାନ କାର୍ଯ୍ୟ ପାଇଁ ଶିକ୍ଷା ଅଧିକାରୀ ଶ୍ରୀ ସତ୍ୟ ନାରାୟଣ ଦାସ ସ୍ଥାନୀୟ ଅଞ୍ଚଳ ରେ ଚର୍ଚ୍ଚା ପାଲଟିବା ସହ ନୂତନ ଉଦାହରଣ ସୃଷ୍ଟି କରିଛନ୍ତି !