ସୋହେଲା ଗାନ୍ଧୀ ଛକରେ ଭୟାବହ ଦୁର୍ଘଟଣା: ବାଇକ୍ ଆରୋହୀଙ୍କ ଗୋଡ଼ ଉପରେ ଚଢ଼ିଗଲା ପୁରୀ ଭାଲଭୋ ବସ୍
୨୦ ମିନିଟ୍ ଧରି ଚକ ତଳେ ଚାପି ରହିଥିଲା ଯୁବକଙ୍କ ଗୋଡ଼, ଜନସାଧାରଣଙ୍କ ଉଦ୍ୟମରେ ହେଲେ ଉଦ୍ଧାର
ସୋହେଲା ଗାନ୍ଧୀ ଛକରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣା ଘଟିଛି। ଏକ ପୁରୀ ଭାଲଭୋ ବସ୍ ବାଇକ୍ ଆରୋହୀଙ୍କ ଗୋଡ଼ ଉପରେ ଚଢ଼ିଯାଇଥିବା ସୂଚନା ମିଳିଛି। ଫଳରେ ଯୁବକଙ୍କ ଗୋଡ଼ ବସ୍ର ଚକ ତଳେ ଚାପି ରହିଥିଲା।
ପ୍ରାୟ ୨୦ ମିନିଟ୍ ଧରି ଯୁବକ ଜଣକ ଚକ ତଳେ ଫସି ରହିଥିବା ବେଳେ ସ୍ଥାନୀୟ ଜନସାଧାରଣଙ୍କ ଉଦ୍ୟମରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ଆହତ ଯୁବକ ଜଣକ ସୋହେଲା ବ୍ଲକ୍ ଅନ୍ତର୍ଗତ କେନ୍ଦବାହାଲ ଗ୍ରାମର ରାମୁ ବୋଲି ପ୍ରାଥମିକ ସୂଚନାରୁ ଜଣାପଡ଼ିଛି।