ଶିଶୁ ଶ୍ରମିକ ନିରୋଧ ସଚେତନତା କାର୍ଯ୍ୟକ୍ରମ
ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲାର ଗଁଦିଆ, ଓଡ଼ାପଡ଼ା, କାମାକ୍ଷାନଗର ଓ ପର୍ଜଙ୍ଗ ବ୍ଲକରେ ଶିଶୁ ଶ୍ରମିକ ନିରୋଧ ନେଇ ଏକଦିବସୀୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।
ଲେବର ଅଫିସର, ବିଶ୍ୱ ଯୁବକେନ୍ଦ୍ର, ଜଷ୍ଟ ରାଇଟ୍ସ ଫର୍ ଚିଲଡ୍ରେନ୍ ଓ ଚାଇଲ୍ଡ ହେଲ୍ପଲାଇନ୍ର ମିଳିତ ଉଦ୍ୟମରେ ହୋଟେଲ, ଢାବା, ଗ୍ୟାରେଜ୍ ଓ କ୍ରସର ଆଦି ସ୍ଥାନରେ ଏହି ସଚେତନତା କାର୍ଯ୍ୟକ୍ରମ ଚାଲିଥିଲା।
ସଚେତନତା ସମୟରେ ୧୪ ବର୍ଷରୁ କମ୍ ଶିଶୁଙ୍କୁ କୌଣସି କାମରେ ନିୟୋଜିତ କରିବା ଆଇନତଃ ଦଣ୍ଡନୀୟ ବୋଲି ସୂଚନା ଦିଆଯାଇଥିଲା। ସେହିପରି ୧୫ରୁ ୧୮ ବର୍ଷ ବୟସର କିଶୋରଙ୍କୁ ବିପଜ୍ଜନକ କାର୍ଯ୍ୟରେ ନିୟୋଜିତ କରିବା ମଧ୍ୟ ଆଇନ ବିରୋଧୀ ବୋଲି ସଚେତନ କରାଯାଇଥିଲା।
ଏହି ଅଭିଯାନରେ ଓଡ଼ାପଡ଼ା ବ୍ଲକର ଏକ ହୋଟେଲରୁ ଜଣେ ଓ ଏକ କ୍ରସରରୁ ୩ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଥିବାବେଳେ, ଗଁଦିଆ ବ୍ଲକରୁ ମଧ୍ୟ ଜଣେ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ଶିଶୁମାନଙ୍କୁ ଶିଶୁ ମଙ୍ଗଳ କମିଟି (CWC) ନିକଟରେ ହସ୍ତାନ୍ତର କରାଯାଇଛି।
ଶିଶୁ ଶ୍ରମ ରୋକିବା ସହ ଶିଶୁମାନଙ୍କ ଅଧିକାର, ସୁରକ୍ଷା ଓ ଶିକ୍ଷା ପ୍ରତି ସମସ୍ତଙ୍କୁ ସଚେତନ ହେବାକୁ ଏହି ଅଭିଯାନରେ ଆହ୍ୱାନ କରାଯାଇଛି।
ସୌଜନ୍ୟ: ଢେଙ୍କାନାଳ ଜିଲ୍ଲା ପ୍ରଶାସନ
#newsodiaodisha #public#dhenkanal