କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଏସ୍ପି ଅଜିଙ୍କ୍ୟ ମାନେ, ବିଡିଓ ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ବ୍ଲକ ଉପାଧ୍ୟକ୍ଷ ଅମିତାଭ ସ୍ୱାଇଁଙ୍କ ସମେତ ହିନ୍ଦୋଳ ବିଧାୟିକାଙ୍କ ପ୍ରତିନିଧି ତଥା ଜିଲ୍ଲା ଉପସଭାପତି ସହଦେବ ପୃଷ୍ଟି, ଜିଲ୍ଲା ସମ୍ପାଦକ ପ୍ରଶାନ୍ତ କୁମାର ପ୍ରଧାନ, ମହିଳା ନେତ୍ରୀ ତଥା ଉପସଭାପତି ଇତିଶ୍ରୀ ସାହୁଙ୍କ ସମେତ ଦଳୀୟ କର୍ମୀ ଓ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ଏହି ମେଳାରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯିବା ସହ ଯୋଜନାଗୁଡ଼ିକର ସୁବିଧା କିପରି ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରିବ, ସେନେଇ ସୂଚନା ଦିଆଯାଇଥିଲା।
ଏଥିସହ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀମାନଙ୍କୁ କାର୍ଡ ବଣ୍ଟନ କରାଯାଇଥିଲା। ସ୍ଥାନୀୟ ଅଞ୍ଚଳର ଲୋକମାନେ ବହୁ ସଂଖ୍ୟାରେ ଯୋଗଦେଇ ସରକାରୀ ସେବା ଓ ସୁବିଧା ସମ୍ପର୍କରେ ଅବଗତ ହୋଇଥିଲେ।
📍 ସ୍ଥାନ: ଓଡ଼ାପଡ଼ା ବ୍ଲକ, ଢେଙ୍କାନାଳ
📰 Newsodiaodisha
#Newsodiaodisha #SevaSetuMela #Odapada #Dhenkanal